ନବଦାସ ହତ୍ୟା ମାମଲା: ଦୀପାଳିଙ୍କ ପ୍ରଶ୍ନର ଉତ୍ତର ଦେଲେ ଆଇନ ମନ୍ତ୍ରୀ, ‘ପୂର୍ବର ବିଜେଡି ସରକାର ଭୂଆଁ ବୁଲାଉଥିବା ଦୀପାଳି ଅନୁଭବ କଲେଣି’
ଦୀପାଳିଙ୍କୁ ଆଇନ ମନ୍ତ୍ରୀଙ୍କ ଉତ୍ତର । ଇନ୍ ମନ୍ତ୍ରୀ କହିଲେ, ଖାଲି ଗଣମାଧ୍ୟମରେ କହିଲେ ହେବନି,ଲିଖିତ ଭାବେ ଜଣାଇଲେ ସରକାର ନିଷ୍ପତ୍ତି ନେବେ ।
ଭୁବନେଶ୍ବର: ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି । ଗତକାଲି ଦୀପାଳି ଦାସ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିବା ବେଳେ ଆଜି ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଖାଲି ପାଟିରେ କହିଦେଲେ ହେବନି ଲିଖିତ ଭାବେ ଦୀପାଳି କୁହନ୍ତୁ ।
ଆଇନ ମନ୍ତ୍ରୀଙ୍କ ଉତ୍ତର- ଦୀପାଳିଙ୍କର ପ୍ରଶ୍ନର ଉତ୍ତର ଦେଇ ଆଇନ ମନ୍ତ୍ରୀ ଦୀପାଳି କହିଛନ୍ତି, ନବ ଦାସ ହତ୍ୟା ମାମଲାରେ ଯଦି ପୂର୍ବର ବିଜେଡି ସରକାରଙ୍କ ତଦନ୍ତରେ ସନ୍ତୁଷ୍ଟ ନାହାନ୍ତି, ତେବେ ଦୀପାଳି ଦାସ ସିବିଆଇ ତଦନ୍ତ ଲାଗି ରାଜ୍ୟ ସରକାଙ୍କୁ ଲିଖିତ ଭାବେ ଜଣାନ୍ତୁ । ଖାଲି ଗଣମାଧ୍ୟମ ଆଗରେ କହିଲେ ହେବନି । ଏଥିପାଇଁ ବିଧିବଦ୍ଧ ଭାବେ ଲିଖିତରୂପେ ଜଣାଇ ଦାବି କରନ୍ତୁ ।
ଭୁଆଁ ବୁଲାଉଥିଲେ ପୂର୍ବ ସରକାର- ପୂର୍ବର ବିଜେଡି ସରକାର କ୍ରାଇମ୍ବ୍ରାଞ୍ଚ ତଦନ୍ତ କରି ତାଙ୍କୁ ଭୁଆଁ ବୁଲାଉଥିଲେ ବୋଲି ଦୀପାଳି ଦାସ ଅନୁଭବ କଲେଣି । ଦୀପାଳି ଲିଖିତ ଦାବି କରିବା ପରେ ନିଷ୍ପତ୍ତି ନିଆଯିବ ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯିଏ ଗୁଳି କଲା ଧରାପଡିଲା କିନ୍ତୁ କାହିଁକି ମାରିଲା ପଚାରିଲେ ପୂର୍ବ ସରକାରଙ୍କ ପାଖରେ ଉତ୍ତର ନଥିଲା । ଆମେ ପୂର୍ବରୁ ଏନେଇ ପ୍ରଶ୍ନ କରିଥିଲୁ । କ୍ରାଇମବ୍ରାଞ୍ଚ ତଥ୍ୟ ବାଟକୁ ବୁଲେଇ ବୁଲେଇ ନେଉଛି । ତେବେ କେସ ରି- ଓପନ କରାଯିବ କି କଣ ହେବ, ସେନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ।