ଏଣିକି BSNLରେ ଇଣ୍ଟରନେଟ ପାଇଁ ନୋ ଟେନସନ୍! ଏହି ଶସ୍ତା ପ୍ଳାନରେ ୮୪ ଦିନର ବୈଧତା ସହ ମିଳିଯିବ 252 GB ଡାଟା
ବିଏସଏନଏଲ ଏକ ନୂଆ ପ୍ରିପେଡ୍ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ୮୪ ଦିନର ବୈଧତା ସହ ମିଳିଯିବ 252 GB ଡାଟା...
ବିଏସଏନଏଲ ନିକଟରେ ସାରା ଦେଶରେ ୫୦ ହଜାରରୁ ଅଧିକ 4G ମୋବାଇଲ୍ ଟାୱାର ସ୍ଥାପନ କରିଛି। କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୂର୍ବରୁ କହିସାରିଛନ୍ତି ଯେ, ଜୁନ୍ ମାସ ସୁଦ୍ଧା ସାରା ଦେଶରେ ଏକ ଲକ୍ଷ 4G/5G ମୋବାଇଲ୍ ଟାୱାର ସ୍ଥାପନ କରାଯିବ। ଏପରି ପରିସ୍ଥିତିରେ, ଆଗାମୀ କିଛି ମାସ ମଧ୍ୟରେ ଉପଭୋକ୍ତାମାନଙ୍କୁ ବିଭିନ୍ନ ପ୍ରକାରର ଲାଭ ମିଳିବ।
BSNL ଏକ ଶସ୍ତା ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିଛି, ଯେଉଁଥିରେ ଗ୍ରାହକଙ୍କୁ ୮୪ ଦିନର ବୈଧତା ମିଳୁଛି । BSNLର ଏହି ପ୍ଲାନର ଲାଭ ଉଠାଇବା ପାଇଁ ଗ୍ରାହକଙ୍କୁ ମାତ୍ର ୫୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ।
ଏହି ପ୍ରିପେଡ୍ ପ୍ଲାନରେ ଗ୍ରାହକମାନେ ଦୀର୍ଘ ୮୪ ଦିନ ପର୍ଯ୍ୟନ୍ତ ଯେକୌଣସି ନେଟୱାର୍କକୁ ଅସୀମିତ ମାଗଣା କଲିଂ କରିପାରିବେ । ଏହା ବ୍ୟତୀତ, ଆପଣଙ୍କୁ ଦିଲ୍ଲୀ ଏବଂ ମୁମ୍ବାଇ ସମେତ ସମଗ୍ର ଦେଶରେ ମାଗଣା ଜାତୀୟ ରୋମିଂର ସୁବିଧା ମଧ୍ୟ ବିଏସଏନଏଲ ପକ୍ଷରୁ ଗ୍ରାହକଙ୍କୁ ଦିଆଯାଉଛି ।
ଏହି ପ୍ରିପେଡ୍ ପ୍ଲାନରେ ଗ୍ରାହକମାନେ ଦୈନିକ 3GB ହାଇ ସ୍ପିଡ୍ ଇଣ୍ଟରନେଟ୍ ଡାଟା ସହ 100 ମାଗଣା SMS ସୁବିଧା ପାଇବେ । ଏଥିସହ ମୋଟ ୨୫୨ GB ହାଇ ସ୍ପିଡ୍ ଇଣ୍ଟରନେଟ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି ।
ଏହା ସହିତ, କମ୍ପାନୀ ଏହି ପ୍ଲାନ ସହିତ ଅନେକ ମୂଲ୍ୟଯୁକ୍ତ ସେବା ମଧ୍ୟ ପ୍ରଦାନ କରୁଛି। ବିଏସଏନଏଲ ଉପଭୋକ୍ତାମାନେ ସେଲ୍ଫ କେୟାର ଆପ୍ ମାଧ୍ୟମରେ ନିଜ ନମ୍ବର ରିଚାର୍ଜ କରିପାରିବେ।
ବିଏସଏନଏଲ ପୁଣି ଥରେ ଉପଭୋକ୍ତାଙ୍କ ପାଇଁ ୱିଣ୍ଟର ବୋନାଞ୍ଜା ଅଫର ଆଣିଛି। ସରକାରୀ ଟେଲିକମ୍ ଏବେ ପୁରା ୬ ମାସ ପର୍ଯ୍ୟନ୍ତ ବ୍ୟବହାରକାରୀଙ୍କୁ ମାଗଣା ଇଣ୍ଟରନେଟ୍ ପ୍ରଦାନ କରୁଛି। ଏହି ପ୍ଲାନରେ ଉପଭୋକ୍ତାମାନଙ୍କୁ ପ୍ରତି ମାସରେ ୧୩୦୦ ଜିବି ହାଇ ସ୍ପିଡ୍ ଡାଟା ପ୍ରଦାନ କରାଯାଉଛି। କମ୍ପାନୀ ସୋସିଆଲ ମିଡିଆ ହ୍ୟାଣ୍ଡେଲ X ମାଧ୍ୟମରେ ଏହି ସୂଚନା ଦେଇଛି। BSNLର ଏହି ବ୍ରଡବ୍ୟାଣ୍ଡ ପ୍ଲାନ ଦେଶର ସମସ୍ତ ଟେଲିକମ୍ ସର୍କଲ୍ (ଦିଲ୍ଲୀ ଏବଂ ମୁମ୍ବାଇ ବ୍ୟତୀତ) ପାଇଁ ଉପଲବ୍ଧ।