ହସ୍ପିଟାଲରେ ପଡିଥିଲା ମାଆ… ଦେଖିବାକୁ ଯିବା ବାଟରେ ସ୍ବାମୀ ଝିଅଙ୍କୁ ଡ଼ାକି ନେଇଗଲା ଜୀବନ, ସଡକ ଦୁର୍ଘଟଟଣାରେ ମୃତ୍ୟୁ
ମାଲକାନଗିରିରୁ ବିଶାଖାପାଟଣା ଯାଉଥିବା ବେଳେ ଟ୍ରକ୍କୁ ପିଟିଲା ବସ୍ । ବାପ ଝିଅ ମୃତ ।
ଭୁବନେଶ୍ବର: ମାଲକାନଗିରିରୁ ସାମ୍ନାକୁ ଆସିଛି ଭୀଷଣ ଦୁର୍ଘଟଣା । ଘରୋଇ ହସ୍ପିଟାଲର ବସ୍ ଦୁର୍ଘଟଣା କାରଣରୁ ବାପ-ଝିଅଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲରେ ମାଆ ପଡିଥିବା ବେଳେ, ତାଙ୍କୁ ଦେଖିବା ପାଇଁ ବାପ ଏବଂ ଝିଅ ଡ଼ାକ୍ତରଖାନାର ଏକ ବସରେ ଯାଉଥିଲେ ।
ସଡ଼କ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ- ଏହି ସମୟରେ ଘଟିଲା ବଡ଼ ଦୁର୍ଘଟଣା । ଦୁହିଁଙ୍କୁ ଡ଼ାକିନେଇଗଲା ଯମ । ଚାଲିଗଲା 2 ଜଣଙ୍କ ଜୀବନ ।
ମାଲଗିରିରେ ଭୀଷଣ ଦୁର୍ଘଟଣା- ମାଲକାନଗିରିରୁ ବିଶାଖାପାଟଣା ଯାଉଥିବା ବେଳେ ବସଟି ଟ୍ରକକୁ ଧକ୍କା ଦେଇଥିଲା । ସ୍ତ୍ରୀର ଚିକିତ୍ସା ପାଇଁ ସ୍ବାମୀ ଏବଂ ଅଢ଼େଇ ବର୍ଷର ଝିଅ ସାଙ୍ଗରେ ଯାଉଥିଲେ । ଏହି ସମୟରେ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଚାଲିଯାଇଛି ।
ମୃତ ବାପା ଝିଅ ଏମଭି 55 ଗାଁର ହୋଇଥିବା ସୂଚନା ରହିଛି । ରୋଗୀ ଏବଂ ସମ୍ପର୍କୀୟ ସହିତ ପ୍ରାୟ 30 ଜଣଙ୍କୁ ନେଇ ବିଶାଖାପାଟଣା ଯାଉଥିଲା ବସ୍ ।