fbpx

କ୍ୱାରେଣ୍ଟିନରେ କଟକ ସାଂସଦ

କଟକ, ୧୪ା୭(ଓଡ଼ିଶା ଭାସ୍କର): ହୋମ କ୍ୱାରେଣ୍ଟିନ ରେ ରହିଲେ ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ । ସଂସଦର ଜଣେ ଅନୁସଚିବ କରୋନା ପଜିଟିଭ ଚିହ୍ନଟ ହେବା ପରେ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । ସରକାରୀ ହିସାବ କମିଟି ବୈଠକରେ ଭର୍ତ୍ତୃହରି ଯୋଗ ଦେଇଥିଲେ । ଜୁଲାଇ ୧୦ର ଏହି ବୈଠକର ଯୋଗ ଦେଇଥିବା ସମସ୍ତ ସଦସ୍ୟଙ୍କୁ କ୍ୱାରେଣ୍ଟାଇନ ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.