ସନ୍ଧ୍ୟାରେ ରାଜଧାନୀ ରାସ୍ତାରେ ଗଡିବନି ଭାରୀ ଯାନ, ନମାନିଲେ କଟିବ ଚାଲାଣ

ଭୁବନେଶ୍ବରେ ଭାରୀ ଯାନ ଯାତାୟତ ନେଇ କଟକଣା । କଟିବ 1000 ଟଙ୍କା ଫାଇନ ।

ଭୁବନେଶ୍ବର: କମିସନରେଟ ପୋଲିସର ନୂଆ ପଦକ୍ଷେପ । ଶୁକ୍ରବାର ସନ୍ଧ୍ୟାପୁ ଭୁବନେଶ୍ବରର ସହରରେ ଭାରୀ ଯାନ ପ୍ରବେଶ କକରିପାରିବ ନାହିଁ । ସହର ଭିତରେ ଟ୍ରାଫିକ ଭିଡକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଜାରି ହୋଇଛି ନିର୍ଦ୍ଦେଶନାମା- ଟ୍ରାଫିକ ପୋଲିସ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ସନ୍ଧ୍ୟା 5ଟାରୁ ରାତି 10 ଟା ଯାଏଁ କୌଣସି ଭାରୀଯାନ ପ୍ରବେଶ କରିପାରିବ ନାହିଁ ।

ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ- ଯଦି ନିୟମର ଖିଲାପ କରାଯିବ ତାହାଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ପୋଲିସ ଆକ୍ଟ 2003 ଧାରା 96 ଅନୁସାରେ, 500 ଟଙ୍କାରୁ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ ।

ତେବେ ରାଜଧାନୀର ଟ୍ରାଫିକରେ ସୁଧାର ଆଣିବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛୁୁ । ବିକଟାଳ ହର୍ଣ୍ଣ ବଜାଉଥିବା ଗାଡି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଟ୍ରାଫିକ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚିକିଂ କରାଯାଇ ଏହାକୁ ବାହାର ମଧ୍ୟ କରାଯାଉଛି ।