କନଷ୍ଟେବଲଙ୍କ ହାତରେ ସିଗାରେଟ୍, ପୁଷ୍ପା ଷ୍ଟାଇଲ ପଡ଼ିଲା ମହଙ୍ଗା
ବିନା ହେଲମେଟ୍ରେ ହାତରେ ସିଗାରେଟ୍ ଧରି ବିଚ୍ ରାସ୍ତାରେ ରିଲ୍ସ। ଟ୍ରାଫିକ ନିୟମକୁ ଫୁ। ଭିଡ଼ିଓ ଭାଇରାଲ ପରେ କ୍ଷମା ମାଗିଲେ କନଷ୍ଟେବଲ।
ମଧ୍ୟପ୍ରଦେଶ: ଟ୍ରାଫିକ ନିୟମକୁ ଫୁ। ବିନା ହେଲମେଟରେ ବାଇକ ପଛରେ ବସି କନଷ୍ଟେବଲ ଟାଣୁଥିଲେ ସିଗାରେଟ୍। ତାହାର ପୁଣି ରିଲ୍ସ କରୁଥିଲେ। ଆଉ ପାଟିରେ ଥିଲା ହିଟ୍ ମୁଭି ପୁଷ୍ପାର ଡାଇଲଗ୍।
କିନ୍ତୁ ଏହି ପୁଷ୍ଟା ଷ୍ଟାଇଲ୍ କନଷ୍ଟେବଲଙ୍କ ଉପରେ ପଡ଼ିଗଲା ଭାରି। ଯାହାକି ତାଙ୍କ ଚାକିରୀ ନେଇଯାଇଥାନ୍ତା। ଘଟଣା ହେଉଛି ମଧ୍ୟପ୍ରଦେଶର। ପରେ ଏହି ରିଲ୍ସ ସାମ୍ନାକୁ ଆସିବା ପରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି।
ଭାଇରାଲ ହେଉଛି ଭିଡ଼ିଓ: ତେବେ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, କନଷ୍ଟେବଲ ଜିତେନ୍ଦ୍ର ସିଂହ ତନୱାର ଜଣେ ବ୍ୟକ୍ତିଙ୍କ ବାଇକ୍ ପଛରେ ବସିଛନ୍ତି। ବିନା ହେଲମେଟ୍ରେ ହାତରେ ସିଗାରେଟ୍ ଧରି ବିଚ୍ ରାସ୍ତାରେ ରିଲ୍ସ କରୁଛନ୍ତି। ପୁଷ୍ପା ଫିଲ୍ମର ଡାଇଲଗ୍ ମଧ୍ୟ କହୁଛନ୍ତି।
ଆଉ ଦେଖଣାହାରୀ ସାଜିଛନ୍ତି ସାଧାରଣ ଜନତା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କ୍ଷମା ମାଗିଛନ୍ତି କନଷ୍ଟେବଲ। ଏପରି ଘଟଣା ଘଟିଛି ମଧ୍ୟ ପ୍ରଦେଶର ଇନ୍ଦୋରରେ।
କାହିଁକି ମାଗିଲେ କ୍ଷମା: ଜିତେନ୍ଦ୍ର ବାଇକ୍ ପଛରେ ବସିଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ହେଲମେଟ ପିନ୍ଧି ନ ଥିବା ଦେଖିବାକୁ ମିଳିଛି। ରାସ୍ତାରେ ଯାଉଥିବା ଲୋକେ ପୁଲିସ ବାବୁଙ୍କ ରିଲ୍ସ ଦେଖି ଖୁସି ହେଉଛନ୍ତି। କିନ୍ତୁ କେହି କହିବାକୁ ସାହାସ ପାଉନାହାନ୍ତି।
ଯେହେତୁ ସେ ଜଣେ ପୋଲିସ ଅଧିକାରୀ ଭୟରେ ଭୁଲ ହେଉଥିବାର ଦେଖି ମଧ୍ୟ ଚୁପ୍ ରହୁଛନ୍ତି। ପରେ କନଷ୍ଟେବଲଙ୍କ ରିଲ୍ସ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।
ଏହା ପରେ କନଷ୍ଟେବଲଙ୍କୁ କ୍ଷମା ମାଗିବାକୁ ପଡ଼ିଛି। ଏଥିସହ କନଷ୍ଟେବଲଙ୍କ ଭାଇରାଲ ରିଲ୍ଦ ନେଇ ଇନ୍ଦୋର ପୁଲିସ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।