ଏଣିକି ଲାଗିବ ଆହୁରି ଗରମ: ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ

ରାଜ୍ୟରେ ଜାରି ରହିଛି ଗୁରୁଚାପ ବଳୟର ପ୍ରଭାବ । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପାଗ ଶୁଖିଲା ରହିବ...

ଭୁବନେଶ୍ୱର: ରାଜ୍ୟରୁ ଉଭାନ୍ ହୋଇଗଲାଣି ଶୀତ । ଜାନୁଆରୀରୁ ପ୍ରଭାବ ଦେଖାଇବାରେ ଲାଗିଲାଣି ଖରା । ଉପକୂଳରୁ ଆଭ୍ୟନ୍ତର ପର୍ଯ୍ୟନ୍ତ, ସବୁଆଡେ ଜଣାପଡିଲାଣି ଗରମର ପ୍ରଭାବ । ଦିନ ବା ରାତିରେ ଲୋକମାନେ ଫ୍ୟାନ୍ ଲାଗିବାକୁ ହେଲେଣି ବାଧ୍ୟ ।

ତେବେ ରାଜ୍ୟରେ ଜାରି ରହିଛି ଗୁରୁଚାପ ବଳୟର ପ୍ରଭାବ । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପାଗ ଶୁଖିଲା ରହିବ । ତାପମାତ୍ରା ବଢ଼ିବା ନେଇ ମଧ୍ୟ ପୂର୍ବାନୁମାନ ହୋଇଛି । ତାପମାତ୍ରା ।୨ରୁ ୪ ଡିଗ୍ରୀ ବଢ଼ିବାର ଆଶଙ୍କା ରହିଛି ।

ଆସନ୍ତା ୩ ଦିନ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହେବାର ପୂର୍ବାନୁମାନ କରାଯାଇଛି । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ମୋଟାମୋଟି କହିବାକୁ ଗଲେ, ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା, କମିଛି ଶୀତ । ମାଘ ମାସରେ ବାଘ ଭଳି ଶୀତ ହେବା କଥା  । କିନ୍ତୁ ଏବେଠୁ ଖରା ତାତି ଦେହକୁ କାଟୁଛି । ଆଗକୁ ବୈଶାଖ ମାସରେ ଖରା କେତେ ପ୍ରଚଣ୍ଡ ହେବା ତାହା ଏବେଠୁ ଅନୁମାନ କରାଯାଇପାରେ ।