ଅହମ୍ମଦାବାଦ: ଗୁଜରାଟରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଭାଇର ମଜା ପାଲଟିଲା ସଜା, ଅକାରଣରେ ଚାଲିଗଲା ଜୀବନ।
ସୂଚନା ଅନୁସାରେ ତାଙ୍କ ସମ୍ପର୍କୀୟ ଭାଇ ତାଙ୍କ ମଳଦ୍ୱାର ଭିତରେ କମ୍ପ୍ରେସର ପାଇପ୍ ଭର୍ତ୍ତି କରି ଦେଇଥିଲେ। ବାନ୍ତି କରି କରି ମରିଗଲା ଭାଇ।
ପ୍ରକାଶ ଭାନକର ନାମକ ଏହି ବ୍ୟକ୍ତି ଗଣତନ୍ତ୍ର ଦିବସରେ ଅହମ୍ମଦାବାଦରୁ ତାଙ୍କ ସମ୍ପର୍କୀୟ ଭାଇ ଅଲପେଶ ବନକର ଏବଂ ଘେଭାଭାଇ ୱିଭରଙ୍କୁ ମେହସାନାରେ ଭେଟିବାକୁ ଆସିଥିଲେ।
ପ୍ରକାଶ ତାଙ୍କ ସମ୍ପର୍କୀୟମାନଙ୍କୁ ମେଟାଲ କମ୍ପାନୀରେ ଭେଟିଥିଲେ ଯେଉଁଠାରେ ସେମାନେ କାମ କରୁଥିଲେ। ସେହି ସମୟରେ କମ୍ପାନିର କର୍ମଚାରୀମାନେ ଏୟାର କମ୍ପ୍ରେସର ସାହାଯ୍ୟରେ ରଙ୍ଗ ଶୁଖାଉଥିଲେ।
ପ୍ରକାଶଙ୍କୁ ଚକିତ କରିବା ପାଇଁ ତାଙ୍କ ସମ୍ପର୍କୀୟ ଭାଇ ଅଲପେଶ ପ୍ରକାଶଙ୍କ ମଳଦ୍ୱାର ଭିତରେ କମ୍ପ୍ରେସର ପାଇପ୍ ର ରବର ନଳୀ ପଶାଇ ଦେଇଥିଲେ।
କମ୍ପ୍ରେସରର ଉଚ୍ଚ ଚାପ ବାୟୁ ତାଙ୍କ ଶରୀରରେ ଭର୍ତ୍ତି ହେବାରୁ ପ୍ରକାଶ ବାନ୍ତି କରିବା ଆରମ୍ଭ କରିଥିଲେ ଏବଂ ଚେତାଶୂନ୍ୟ ହୋଇପଡ଼ିଥିଲେ।
ତାଙ୍କୁ ଅହମ୍ମଦାବାଦ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଅଲପେଶ ଭାଙ୍କାରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କ୍ଷତି ପହଞ୍ଚାଇବାର ଉଦ୍ଦେଶ୍ୟ ନଥିବା ନେଇ ସେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି।