ରାଷ୍ଟ୍ରପତିଙ୍କୁ ‘Poor Lady’କହିଲେ ସୋନିଆ ଗାନ୍ଧୀ, ପ୍ରତିକ୍ରିୟାକୁ ନେଇ ତେଜିଲା ବିବାଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ “ଅପମାନଜନକ’ ବୟାନକୁ ନେଇ ବିବାଦ ଦେଖାଦେଇଛିା ଏନେଇ ରାଜନୈତିକ ମାହୋଲ ମଧ୍ୟ ସରଗରମ ହୋଇଛି ।

ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ମିଡିଆ ସାମ୍ନାରେ ଏଭଳି ପ୍ରତିକ୍ରିୟା ରଖିଥିଲେ ସୋନିଆ ଗାନ୍ଧୀା

ଅପରପକ୍ଷରେ ରାହୁଲ ଗାନ୍ଧୀ କହିଛନ୍ତି କି ରାଷ୍ଟ୍ରପତିଙ୍କ ଅଭିଭାଷଣ ଉତ୍ସାହଜନକ ନଥିଲ।। ରାହୁଲ ବାରମ୍ବାର ସମାନ କଥା କହି ବିରକ୍ତ କରିଦେଲେ ବୋଲି ରହୁଲ ନିଜ ବକ୍ତବ୍ୟରେ କହିଥିଲେ ।

ରାଷ୍ଟ୍ରପତିଙ୍କୁ ଟାର୍ଗେଟ: ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଦୀର୍ଘ ୧ ଘଣ୍ଟାର ଅଭିଭାଷଣ ପରେ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଟାର୍ଗେଟ କରି କହିଥିଲେ, “ମିଛ ପ୍ରତିଶ୍ରୁତିା Poor Lady…ଶେଷରେ ସେ ଥକିଗଲେ ।

ଅପରପକ୍ଷରେ ବିରୋଧୀ ଦଳ ନେତା ରାହୁଲ ମଧ୍ୟ ତାଙ୍କ ଅଭିଭାଷଣକୁ Boring ଦର୍ଶାଇ, ବାରମ୍ବାର ଗୋଟିଏ କଥା କହୁଥିଲେ।