ମାତ୍ର ୭ ଦିନରେ କିନ୍ନର ଆଖଡ଼ାରୁ ତଡ଼ା ଖାଇଲେ ମମତା, କାରଣ ଜାଣି ହେବେ ଚକିତ

ମମତା ଏକ ଟପଲେସ୍ ଫଟୋସୁଟ୍ ମଧ୍ୟ କରାଇଥିଲେ ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଯେଉଁଥିପାଇଁ ତାଙ୍କୁ ମହାମଣ୍ଡଳେଶ୍ୱର ପଦ ହରାଇବାକୁ ପଡ଼ିଥିଲା ।

ପ୍ରୟାଗରାଜ: ପ୍ରୟାଗରାଜ ମହାକୁମ୍ଭରେ ସନ୍ୟାସିନୀ ହୋଇଥିଲେ ୯୦ ଦଶକର ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ମମତା କୁଲକର୍ଣ୍ଣି ।

କିନ୍ନର ଆଖଡ଼ାରେ ଦୀକ୍ଷା ଗ୍ରହଣ କରିବା ପରେ ତାଙ୍କୁ ଆଖଡ଼ାର ମହାମଣ୍ଡଳେଶ୍ୱର ଭାବେ ଦାୟିତ୍ୱ ଦିଆଯାଇଥିଲା । ଏନେଇ ଆଖଡ଼ାରେ ମତଭେଦ ଦେଖାଦେଇଥିଲା ।

କିନ୍ତୁ ମାତ୍ର ୭ ଦିନରେ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା ।

କିଛି ଲୋକ ଏହାର ସମର୍ଥନ କରୁଥିବାବେଳେ ଆଉ କିଛି ଅସନ୍ତୋଷ ପ୍ରକାଶ କରିଥିଲେ ।

ତେବେ ମମତାଙ୍କୁ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ହଟାଯିବା ପଛରେ ୪ଟି କାରଣ ରହିଛି ।

୧. ମହାମଣ୍ଡଳେଶ୍ୱର ଉପାଧି: ମହାମଣ୍ଡଳେଶ୍ୱର ଉପାଧି ପାଇବା ପୂର୍ବରୁ ବ୍ୟକ୍ତିଙ୍କୁ ପ୍ରଥମେ ବୈରାଗ୍ୟ ଏବଂ ସନ୍ୟାସ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ ।

ଆଖଡ଼ାର ମାନ୍ୟତା ରହିଛି କି ଏତେ ବଡ଼ ଉପାଧି ପୂର୍ବରୁ ପ୍ରଥମେ ସନ୍ୟାସୀ ହେବା ଜରୁରୀ ଅଟେ ।

ସମସ୍ତ ପ୍ରକ୍ରିୟା ଦେଇ ଗତି କରିଥିଲେ ହୁଏତ ଆଖଡ଼ାରେ ଏତେ ବିବାଦ ଦେଖାଦେଇ ନଥାନ୍ତା ।

୨. ଅଭିନେତ୍ରୀଙ୍କ ନାଁରେ ବିବାଦ: ୯୦ ଦଶକର ଅଭିନେତ୍ରୀ ଫିଲ୍ମରେ ତାଙ୍କର ବୋଲ୍ଡ ଅନ୍ଦାଜ ଏବଂ ଇମେଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିଲେ ।

ସେ ଏକ ଟପଲେସ୍ ଫଟୋସୁଟ୍ ମଧ୍ୟ କରାଇଥିଲେ ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଯେଉଁଥିପାଇଁ ତାଙ୍କୁ ମହାମଣ୍ଡଳେଶ୍ୱର ପଦ ହରାଇବାକୁ ପଡ଼ିଲା ।

ମହାମଣ୍ଡଳେଶ୍ୱର ପଦବୀରେ ରହିବା ପାଇଁ ବ୍ୟକ୍ତି ଜଣଙ୍କ ଭାବମୂର୍ତ୍ତି ସ୍ୱଚ୍ଛ ଏବଂ ଭଦ୍ର ହେବା ଉଚିତ ।

୩. ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତି: ଫିଲ୍ମି ଦୁନିଆ ଛାଡ଼ି ସେ ଡ୍ରଗ୍ ମାଫିଆ ଭିକି ଗୋସ୍ୱାମୀଙ୍କୁ ଦୁବାଇରେ ବିବାହ କରିଥିବା ଚର୍ଚ୍ଚା ଜୋର ଧରିଥିଲା ।

ଏନେଇ ମମତାଙ୍କ ଉପରେ ଦେଶଦ୍ରୋହୀ ଏବଂ ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତି ଅଭିଯୋଗ ମଧ୍ୟ ସାମିଲ ଥିଲା । ଏମିତିକି ତାଙ୍କୁ ଗିରଫ ୱାରେଣ୍ଟ ବି ଜାରି କରାଯାଇଥିଲା ।

ଅପରପକ୍ଷରେ ଅଭିନେତ୍ରୀ ଜଣଙ୍କ ଏହି ସମସ୍ତ ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇଥିଲେ ।

୪. ନିୟମ ବିରୋଧୀ: ଆଖଡ଼ାର ନିୟମ ଅନୁସାରେ ମହାମଣ୍ଡଳେଶ୍ୱର ହେବା ପୂର୍ବରୁ ବ୍ୟକ୍ତି ଜଣଙ୍କୁ ପ୍ରଥମେ ସନ୍ୟାସୀ ହେବାକୁ ପଡ଼ିଥାଏ । ଏହା ପରେ ତାଙ୍କର ମୁଣ୍ଡନ ସଂସ୍କାର ହୋଇଥାଏ । ମୁଣ୍ଡନ ସଂସ୍କାର ବିନା ସନ୍ୟାସୀ ଦର୍ଜା ମିଳିନଥାଏ ।

ମମତା ନା ସନ୍ୟାସିନୀ ଥିଲେ ନା ତାଙ୍କର ମୁଣ୍ଡନ ସଂସ୍କାର ହୋଇଥିଲା । ଯାହାକି ଆଖଡ଼ାର ନିୟମ ବିରୋଧୀ ଥିଲା ।

କିନ୍ନର ଆଖଡ଼ାର ନିୟମ ଅନୁଯାୟୀ ସନ୍ୟାସିନୀଙ୍କୁ ବେକରେ ବୈଜୟନ୍ତୀ ମାଳା ପିନ୍ଧିବାକୁ ପଡ଼ିଥାଏ । କିନ୍ତୁ ମମତା ଏହା ପରିବର୍ତ୍ତେ ରୁଦ୍ରାକ୍ଷ ମାଳା ପିନ୍ଧିଥିଲେ ।

ଆଖଡ଼ାରେ ଯୋଗ ଦେବା ପରେ ସନ୍ୟାସୀମାନଙ୍କୁ କିଛି କଠୋର ନିୟମର ପାଳନ କରିବାକୁ ପଡ଼ିଥାଏ କିନ୍ତୁ ମମତାଙ୍କ କ୍ଷେତ୍ରରେ ଏହା କରାଯାଇନଥିଲା ।