ଅତ୍ୟାଚାର, ଅନ୍ୟାୟ ଏବଂ ହତ୍ୟା.. ଅଯୋଧ୍ୟାରେ ଦୁଷ୍କର୍ମ-ହତ୍ୟା ମାମଲାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଯୋଧ୍ୟାରେ ପୀଡିତ ଯୁବତୀଙ୍କ ହତ୍ୟାକୁ ନେଇ ଉତ୍ତରପ୍ରଦେଶ ସରକାରଙ୍କୁ ଘେରିଛନ୍ତି।

ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ରାୟବରେଲୀ ସାଂସଦ ରାହୁଲ ଗାନ୍ଧୀ ଅଯୋଧ୍ୟାରେ ଯୁବତୀଙ୍କ ସହ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟା ମାମଲାକୁ ହୃଦୟବିଦାରକ ଏବଂ ଲଜ୍ଜାଜନକ ବୋଲି କହିଛନ୍ତି।

ସେ ଏହି ମାମଲାରେ ପୋଲିସ ଉପରେ ଦାୟିତ୍ୱହୀନତାର ଅଭିଯୋଗ ଲଗାଇ କହିଛନ୍ତି ଯେ, ଯଦି ପୀଡ଼ିତାଙ୍କ ପରିବାରର ଗୁହାରୀ ଉପରେ ପ୍ରଶାସନ ଧ୍ୟାନ ଦେଇଥାଆନ୍ତା ତାହାହେଲେ ପୀଡ଼ିତାଙ୍କ ଜୀବନ ବଞ୍ଚାଯାଇ ପାରିଥାଆନ୍ତା।

ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ବିଜେପିକୁ ବହୁଜନ ବିରୋଧୀ କହି କହିଛନ୍ତି ଯେ, ୟୁପିରେ ଦୁଷ୍କର୍ମକାରୀଙ୍କ ଅତ୍ୟାଚାର, ଅନ୍ୟାୟ ଏବଂ ହତ୍ୟାର ଘଟଣାମାନ ଦ୍ରୁତଗତିରେ ବଢିଚାଲିଛି।

ୟୁପି ସରକାର ଏହି ଅପରାଧକୁ ତୁରନ୍ତ ଯାଞ୍ଚ କରି ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ସହ ପୋଲିସକର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଦୟାକରି ସବୁଥର ଭଳି ଏଥର ପୀଡ଼ିତ ପରିବାରକୁ ପ୍ରତାଡ଼ିତ କରାନଯାଉ।

ସଂପୂର୍ଣ୍ଣ ମାମଲା: ଅଯୋଧ୍ୟା ଜିଲ୍ଲାରେ ପୋଲିସ ଶନିବାର ଦିନ ଜଣେ ନିଖୋଜ ଯୁବତୀଙ୍କ ଉଲଗ୍ନ ଶବ ଉଦ୍ଧାର କରିଛି, ଯାହାକୁ ହତ୍ୟା କରାଯାଇ ଆଖିକୁ ବାହାର କରିନିଆଯାଇଛି ଏବଂ ଶରୀରରେ ଗଭୀର ଆଘାତ ମିଳିଛି।

ଯୁବତୀଙ୍କ ସହ ଗଣ ଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି ପୋଲିସ କହିଛି। ଏହାର ଗୋଟିଏ ଦିନ ପୂର୍ବରୁ ପରିବାର ଯୁବତୀଙ୍କ ନିଖୋଜ ହେବା ଅଭିଯୋଗ କରିଥିଲେ।