ଭୁବନେଶ୍ୱର: ଯାତ୍ରା ପାର୍ଟି ମାଲିକଙ୍କୁ ବିଏମସିର ତାଗିଦ୍ । ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ କମିଶନରଙ୍କ ନିର୍ଦ୍ଦେଶ ।
ସମସ୍ତ ଯାତ୍ରା ପାର୍ଟି ମାଲିକଙ୍କୁ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ ଦେଇଛନ୍ତି ନିର୍ଦ୍ଦେଶ । ମର୍ଯ୍ୟାଦା ଭିତରେ ରହି ଯାତ୍ରା ପରିବେଷଣ କରିବାକୁ ପରାମର୍ଶ ଦେଲେ କମିଶନର ।
ସ୍ଥାୟୀ ଆଲୋକୀକରଣ, ପାନୀୟ ଜଳ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ । ଗାଇଡଲାଇନ ଅନୁସାରେ ଯାତ୍ରା ହେବା ନେଇ ଆଶା ଥିବା ପାଟିଲ କହିଛନ୍ତି ।
କାଲିଠାରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରିମେଳା । ମେଳା ବୁଲିକାବୁ ଆସୁଥିବା ଦର୍ଶକ ଏବଂ ଅସ୍ଥାୟୀ ଦୋକାନୀଙ୍କ ପାଇଁ ସୁବ୍ୟବସ୍ଥା ଉଭୟ ସରକାର ଓ ବିଏମସି ପକ୍ଷରୁ କରାଯାଇଛି ।