ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଧକ୍କା ଦେଲା ଭ୍ୟାନ, ଚାଲିଗଲା ବୃଦ୍ଧଙ୍କ ପ୍ରାଣ

ଭ୍ୟାନ ଧକ୍କାରେ ମର୍ଣ୍ଣିଂ ୱାକ୍ କରୁଥିବା ବୃଦ୍ଧଙ୍କ ମୃତ୍ୟୁ

ଉଦଳା: ସକାଳୁ ସକାଳୁ ଏକ ଅଘଟଣ ଘଟିଛି । ଜଣେ ବୃଦ୍ଧ ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ତାଙ୍କୁ ଭ୍ୟାନ ଧକ୍କା ଦେଇଛି । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଉଦଳା-କପ୍ତିପଦା ରାସ୍ତା ଝିଙ୍କପଦା ଠାରେ ଏହି ଦୁର୍ଘଟଣା ଘଟିଛି ।

ସୂଚନାନୁଯାୟୀ, ବୃଦ୍ଧାଙ୍କୁ ପଛ ପଟୁ ଧକ୍କା ଦେଇ ଗାଡ଼ି ଡ୍ରାଇଭର ଫେରାର ହୋଇଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଯାଞ୍ଚ ଆରମ୍ଭ କରିଛି ।