ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଟୋଗ୍ରାଫ୍ ଜର୍ସି ଉପହାର ଦେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତିଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ସମୟରେ ସଚିନ ତେନ୍ଦୁଲକରଙ୍କ ପରିବାର ଉପସ୍ଥିତ ଥିଲେ। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଟେଷ୍ଟ ଜର୍ସି ଉପହାର ଦେଇଥିଲେ।

ସେପଟେ ସଚିନ ତେନ୍ଦୁଲକର ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଭିଡିଓରେ ସଚିନ ତେନ୍ଦୁଲକର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାରା ତେନ୍ଦୁଲକର ଓ ଅଞ୍ଜଳି ତେନ୍ଦୁଲକରଙ୍କ ସହ ନଜର ଆସିଛନ୍ତି।

ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରେ ସଚିନ ତେନ୍ଦୁଲକରଙ୍କୁ ସ୍ୱାଗତ କରିଥିଲେ।

ଏହି ବୈଠକରେ ସଚିନ ତେନ୍ଦୁଲକର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଟେଷ୍ଟ ଜର୍ସି ପ୍ରଦାନ କରିଥିଲେ। ଏହାପରେ ସଚିନ ତେନ୍ଦୁଲକର ତାଙ୍କ ପତ୍ନୀ ଅଞ୍ଜଳି ତେନ୍ଦୁଲକର ଓ ଝିଅ ସାରା ତେନ୍ଦୁଲକରଙ୍କ ସହ ଫଟୋ ଉଠାଇଥିଲେ।

ଏବେ ସଚିନ ତେନ୍ଦୁଲକର, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଝିଅ ସାରା ତେନ୍ଦୁଲକରଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲଗାତାର କମେଣ୍ଟ କରି ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି।