Breaking: ଲେବରଙ୍କ ଆକାଉଣ୍ଟକୁ ଟଙ୍କା ଆଣି କରୁଥିଲେ ନିଜ ପକେଟ ଗରମ, କୋଟିପତି ବାବୁଙ୍କ ସମେତ ବନ୍ଧାହେଲେ ୫

ଭୁବନେଶ୍ୱର: ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଶାନ୍ତନୁ ହେଲେ ଗିରଫ ।

ସରକାରୀ ଅର୍ଥ ହଡ଼ପରେ ଶାନ୍ତନୁଙ୍କ ଆଉ ୪ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନେ ହେଲେ ଅମୀୟକାନ୍ତ ସାହୁ, ମୋହନ ମଣ୍ଡଳ, ବିଶ୍ୱଜିତ ମଣ୍ଡଳ ଏବଂ ଅଲେଖ ପ୍ରଧାନ ।

ଶାନ୍ତନୁଙ୍କ ଘରୁ ଭିଜିଲାନ୍ସ ଟିମ୍ ୨ କୋଟି ଟଙ୍କା ଜବତ କରିଛି । ସହଯୋଗୀଙ୍କଠାରୁ ୬ ଲକ୍ଷ ଟଙ୍କା ଜବତ ହୋଇଛି । ସରକାରୀ କାମ ନ କରି ଟଙ୍କାକୁ ଆତ୍ମସାତ କରୁଥିଲେ । ଲେବରଙ୍କ ଆକାଉଣ୍ଟକୁ ଟଙ୍କା ଯାଉଥିଲା । ୩୫ ପାସବୁକ୍ ଚଢ଼ାଉବେଳେ ଜବତ ହୋଇଛି ।

ଟଙ୍କା ହେରଫେରରେ ଜନସେବା କେନ୍ଦ୍ରର ସହଯୋଗୀ ଗିରଫ ହୋଇଥିବା ସୂଚନା ଦେଲେ ଭିଜିଲାନ୍ସ ନିର୍ଦ୍ଦେଶକ ।