ବାରବାଟି ଷ୍ଟାଡିୟମ ଅଭିମୁଖେ ଭାରତ ଓ ଇଂଲଣ୍ଡ ଟିମ୍‌, ଫ୍ୟାନ୍ସ ଉତ୍ସାହିତ

ଭୁବନେଶ୍ୱର: ବାରବାଟି ଷ୍ଟାଡିୟମ ଅଭିମୁଖେ ବାହାରିଲେ ଭାରତ ଓ ଇଂଲଣ୍ଡ ଟିମ୍ । ଭୁବନେଶ୍ୱର ସ୍ଥିତ ମେ ଫେୟାର ହୋଟେଲରୁ ପ୍ରଥମେ ଇଂଲଣ୍ଡ ଟିମ୍ ବାହାରିଛି ।

ଦିନ ସାଢ଼େ ଗୋଟେ ବେଳେ ମ୍ୟାଚ୍ ଆରମ୍ଭ ହେବ । ଏଥିପାଇଁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ନିର୍ଦ୍ଧାରିତ ସମୟରେ ହୋଟେଲରୁ ବାହାରିଲେ ୨ ପ୍ରତିଦ୍ୱନ୍ଦୀ ଟିମ୍ ।

ତେବେ ବାରବାଟି ମହାଲଢ଼େଇ ପାଇଁ ପୂର୍ବରୁ ଦର୍ଶକ ଓ ଫ୍ୟାନ୍ସଙ୍କ ଭିଡ଼ ଦେଖିବାକୁ ମିଳିଛି । ସମସ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି ।

ପ୍ରିୟ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଫ୍ୟାନ୍ସ ।

ଦୀର୍ଘ ୫ ବର୍ଷ ପରେ ବାରବାଟୀରେ ମ୍ୟାଚ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି । ସେପଟେ ମେ ଫେୟାର ହୋଟେଲରୁ ଷ୍ଟାଡିଅମ ଅଭିମୁଖେ ବାହାରିଛନ୍ତି ଦୁଇ ଦଳର ଖେଳାଳି । ଆଜି ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା । ଛକା, ଚୌକା ବର୍ଷା ସହ ଦିନିକିଆ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ ।

ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ଏଠାରେ ଭାରତୀୟ ଦଳ ମୋଟ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଛି । ସେଥିମଧ୍ୟରୁ ୧୩ଟି ମ୍ୟାଚ୍ ଜିତିଥିବାବେଳେ ମାତ୍ର ୪ଟି ହାରିଛି ।

୨୦୧୯ ମସିହାରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜ୍‌କୁ ଭେଟିଥିଲା । ତେବେ ମ୍ୟାଚ୍‌ର ପୂର୍ବଦିନ ଆହତ ବ୍ୟାଟର୍ କୋହଲି ଫିଟ୍ ଘୋଷିତ ହେବା ପରେ କ୍ରିକେଟ୍‌ପ୍ରେମୀଙ୍କ ଖୁସି ଦଦ୍ଵିଗୁଣିତ ହୋଇଛି ।