(Video) ବାପରେ ବାପ୍ ଏ କି ଦୃଶ୍ୟ… ବସ୍ ଛାଡ଼ି ଦୌଡ଼ିଲେ କଣ୍ଡକ୍ଟର, ପ୍ରମାଦ ଗଣିଲେ ଡ୍ରାଇଭର

ଷଣ୍ଢର କାରନାମା ଲୋକଙ୍କୁ କଲା କାବା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ।

ଓଡ଼ିଶା ଭାସ୍କର: ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଥିବାବେଳେ ଏବେ ଏକ ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓ ଅନୁସାରେ ବସ୍ଟି ଜୋରରେ ପ୍ରଥମେ ଦୋହଲିବା ଆରମ୍ଭ କରୁଛି । ପ୍ରଥମେ କଣ୍ଡକ୍ଟର ବସ୍ ଭିତରୁ ବାହାରକୁ ଦୌଡ଼ିଥିବାର ଦେଖିବାକୁ ମିଳୁଛି । ଏହାପରେ ସେମାନେ ଡ୍ରାଇଭର ତୁରନ୍ତ ବସ୍ ଡୋର ଖୋଲି ଜୀବନ ବିକଳେ ଦୌଡ଼ିଆସିଥିଲେ।

ରାଜସ୍ଥାନ ଜୟପୁରର ଏ ଘଟଣା । ଏକ୍ସରେ ଭାଇରାଲ ହେଉଥିବା ଭିଡିଓ ଅନୁସାରେ, ରାସ୍ତାରେ ୨ ଷଣ୍ଢ ଲଢ଼େଇ କରୁଥିଲେ । ସେ ସମୟରେ ଦୁହେଁ ରାସ୍ତାରେ ଛିଡ଼ା ଥିବା ବସ୍ ନିକଟରେ ପହଞ୍ଚିଥିଲେ । ଶେଷରେ ଲଢ଼େଇ କରୁଥିବା ଦୁଇ ଷଣ୍ଢ ଭିତରୁ ଗୋଟି ବସ୍ ଭିତରେ ପଶିଯାଇଥିଲା । ଯାହାପରେ ବସ୍ ଛାଡ଼ି ଡ୍ରାଇଭର ଓ କଣ୍ଟକ୍ଟର ବାହାରକୁ ଦୌଡ଼ି ଆସିଥିଲେ ।

ଷଣ୍ଢର ଏ ପ୍ରକାର କାରନାମା ଦେଖି ସ୍ଥାନୀୟ ଲୋକେ ଛାନିଆ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଏହାଛଡ଼ା ବସରେ କୌଣସି ବ୍ୟକ୍ତି ନ ଥିବାବେଳେ ଏ ନେଇ କୌଣସି ଅଘଟଣ ଘଟି ନ ଥିବା ଜଣାପଡ଼ିଛି ।