ସ୍କୁଟିକୁ ଧକ୍କା ଦେଲା ବସ୍‌, ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ଓଡ଼ିଶା ଭାସ୍କର: ବାଲେଶ୍ୱର ସିମୁଳିଆ ଥାନା ମାର୍କଣା ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିିଳିଛି । ଦମ୍ପତି ସ୍କୁଟିରେ ଯାଉଥିବା ସମୟରେ ଏକ ବସ୍ ଧକ୍କା ଦେଇଥିଲା ।

ଘଟଣାସ୍ଥଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ସୋର ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି ।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଭିଡ଼ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଥିଲା ।