ନିଜ ଲଭ୍ ପାର୍ଟନରଙ୍କୁ ଦିଅନ୍ତୁନି ଏହି ୫ଟି ଉପହାର, ହୋଇଯିବ ବ୍ରେକଅପ୍
ଆସନ୍ତାକାଲି ଭାଲେନ୍ଟାଇନ୍ସ ଡେ’। ତେବେ ଏହି ଦିନ ଭୁଲରେ ବି ନିଜ ଲଭ୍ ପାର୍ଟନରଙ୍କୁ ଦିଅନ୍ତୁନି ଏହି ଜିନିଷ..
ଓଡ଼ିଶା ଭାସ୍କର: ଭାଲେନ୍ଟାଇନ୍ସ ଡେ’ ଲଭ୍ କପଲ୍ସଙ୍କ ପାଇଁ ଖାସ ଦିନ। ଏହି ଦିନ ଅଧିକାଂଶ ଲୋକେ ନିଜ ଲଭ୍ ପାର୍ଟନରଙ୍କୁ କିଛି ନା କିଛି ଗିଫ୍ଟ ଦେଇଥାଆନ୍ତି। ଏକ ରିଲେସନସିପରେ ଗିଫ୍ଟର ଏକ୍ସପେରିଏନ୍ସ ଅଧିକ ହୋଇଥାଏ। ତେବେ ଜ୍ୟେତିଷଶାସ୍ତ୍ର ଅନୁଯାୟୀ, ନିଜ ଲଭ୍ ପାର୍ଟନରଙ୍କୁ ଗିଫ୍ଟ ଦେବାକୁ ମନାକରାଯାଇଛି।
ଜ୍ୟେତିଷଙ୍କ ଅନୁଯାୟୀ, ଯଦି ଆପଣ ନିଜ ପ୍ରେମିକା କିମ୍ବା ପ୍ରେମିକଙ୍କୁ ଗିଫ୍ଟ ଦେଉଛନ୍ତି ତେବେ ଏହା ବଢିବା ସ୍ଥାନରେ କମ ହୋଇଯାଇଥାଏ। ଏଥିରେ ଅନେକ ରିଲେସନସିପ୍ ଭାଙ୍ଗିଯାଇଥାଏ। ଆସନ୍ତୁ ଜାଣିବା କେଉଁ ଗିଫ୍ଟ ଦେବା ସଂପୂର୍ଣ୍ଣ ନିଷେଧ।
ଧାରୁଆ: ପେନ, କଣ୍ଟାଜାତୀୟ ଗଛ ବା ଅନ୍ୟାନ୍ୟ ଜିନିଷ, ଯାହା ଧାରୁଆ ହୋଇନଥିବ।
ଘଣ୍ଟା ଏବଂ ପରଫ୍ୟୁମ: ଗିଫ୍ଟରେ କେବେବି ଘଣ୍ଟା କିମ୍ବା ପରଫ୍ୟୁମ ଦେବା ଆବଶ୍ୟକ ନୁହେଁ। ଏହି ଗିଫ୍ଟ ଦେଲେ ଆପଣଙ୍କ ସଂପର୍କ ଭାଙ୍ଗିଯାଇପାରେ।
କଳା ରଙ୍ଗର ବସ୍ତ୍ର: ନିଜ ଲଭରଙ୍କୁ କଳା ରଙ୍ଗର ବସ୍ତ୍ର ଗିଫ୍ଟ କରନ୍ତୁ ନାହିଁ। ଏହାକୁ ଗିଫ୍ଟ ଦେବା ଦ୍ୱାରା ନକରାତ୍ମକ ବଢିଥାଏ।
ଜୋତା-ଚପଲ: ଗିଫ୍ଟରେ କଦାପି ଜୋତା-ଚପଲ ଦେବା ଭଲ ନୁହେଁ। ଏହା ଯେତେ ବି ବ୍ରାଣ୍ଡେଡ ହୋଇଥିଲେ ବି ଏହାକୁ ଗିଫ୍ଟରେ ଦିଅନ୍ତୁ ନାହିଁ।
ରୁମାଲ ଏବଂ ପ୍ଲାଷ୍ଟିକ ଜିନିଷ: ପାର୍ଟନରଙ୍କୁ କଦାପି ରୁମାଲ ଏବଂ ପ୍ଲାଷ୍ଟିକ ଜିନିଷ ଦିଅନ୍ତୁ ନାହିଁ। ଏଥିରେ ଦୁଇ ପକ୍ଷରୁ ସଂପର୍କ ଭାଙ୍ଗିପାରେ।