ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ସେଠାରେ ଥିବା ଏକ ସିଆରପିଏଫ କ୍ୟାମ୍ପରେ ଜଣେ ଯବାନ ସାଥି ଯବାନଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଯବାନ ମୃତ୍ୟୁ ବରଣ କରିଥିବା ବଳେ ୮ ଆହତ ହୋଇଛନ୍ତି।
ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାମଫେଲରେ ଥିବା ବାହିନୀର ଶିବିରରେ ରାତି ପ୍ରାୟ ୮ଟାରେ ସିଆରପିଏଫ ଯବାନ ନିଜ ସର୍ଭିସ ବନ୍ଧୁକରୁ ଅନ୍ୟମାନଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି କରିଥିଲେ। ସୈନିକ ଜଣକ ବାହିନୀର ୧୨୦ତମ ବାଟାଲିୟନର ଥିଲେ, ମଣିପୁର ପୋଲିସ X ରେ ଏକ ପୋଷ୍ଟରେ ସୂଚନା ଦେଇଛି।
ଏକ ଦୁର୍ଭାଗ୍ୟଜନକ ଘଟଣାରେ, ଆଜି ରାତି ପ୍ରାୟ ୮ଟା ସମୟରେ, ଇମ୍ଫାଲ ପଶ୍ଚିମ ଜିଲ୍ଲା ଅନ୍ତର୍ଗତ ଲାମସାଙ୍ଗରେ ଏକ ସିଆରପିଏଫ ଶିବିର ଭିତରେ ଜଣେ ସିଆରପିଏଫ ଯବାନ ଗୁଳି କରିଛନ୍ତି। ଏଥିରେ ନିଜ ସିଆରପିଏଫ ସହକର୍ମୀଙ୍କ ମଧ୍ୟରୁ ୨ (ଦୁଇ) ଜଣଙ୍କୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ୮ (ଆଠ) ଜଣ ଆହତ ହୋଇଅଥିଲେ। ପରେ, ମଣିପୁର ପୋଲିସ ଏବଂ ସିଆରପିଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଆହତମାନଙ୍କୁ ଇମ୍ଫାଲର ଆଞ୍ଚଳିକ ଚିକିତ୍ସା ପ୍ରତିଷ୍ଠାନ (RIMS)କୁ ସ୍ଥାନାନ୍ତର କରାଯାଇଛି।