ରାଜସ୍ଥାନରେ ପ୍ରସ୍ତୁତ ହେଉଛି କ୍ୟାନ୍ସର ଟିକା, ମାତ୍ର ଏତିକି ଟଙ୍କାରେ ପାଇପାରିବେ ଲୋକେ
27 ବର୍ଷର ରିସର୍ଚ୍ଚ ପରେ ମିଳିଲା ସଫଳତା । ଖୁବ୍ ଶୀଘ୍ର ଉପଲବ୍ଧ ହେବ କ୍ୟାନ୍ସର ଭ୍ୟାକ୍ସିନ ।
ନୂଆଦିଲ୍ଲୀ: ଭାରତ ପାଇଁ ବଡ଼ ଖୁସି ଖବର । 10 ହଜାର ଟଙ୍କାରେ ମିଳିବ କ୍ୟାନ୍ସର ଟିକା । ରାଜସ୍ଥାନରେ ପ୍ରଥମ ଥର ପାଇଁ ଦେଶୀ ଉପାୟରେ କ୍ୟାନ୍ସର ଟିକା ପ୍ରସ୍ତୁତ କରାଯାଉଥିବାବେଳେ 27 ବର୍ଷର ଗବେଷଣା ଏବେ ସଫଳ ହେବାକୁ ଯାଉଛି ।
ତେବେ ଏହି ଟିକାର ଦାମ୍ ଭାରତରେ ମଧ୍ୟ କମ୍ ରହିବ ବୋଲି କୁହାଯାଇଛି । ଯଦି ସବୁ କିଛି ସଫଳ ହୁଏ ତେବେ ଭାରତରେ ଏହି ଟିକାର ଦାମ୍ 10 ହଜାର ଟଙ୍କା ରହିବ ବୋଲି କୁହାଯାଉଛି ।
ମିଳିଲା ଜିସିଜିଆଇ ଅନୁମତି- ରାଜସ୍ଥାନ ଜୟପୁର ସ୍ଥିତ ମହାତ୍ମାଗାନ୍ଧୀ ମେଡିକାଲ କଲେଜକୁ ଡେଣ୍ଡ୍ରିଟିକ ସେଲ୍ ଟିକା ପ୍ରସ୍ତୁତ କରିବା ପାଇଁ ଡିସିଜିଆର ଅନୁମତି ମିଳିଛି । ଏହି ଟିକା ଦ୍ବାରା 5 ପ୍ରକାର କ୍ୟାନ୍ସର ଟିକାର ଚିକିତ୍ସା ସମ୍ଭବ ହୋଇପାରିବ ।
ସ୍ବଦେଶୀ ଟିକାର ଦାମ୍ 10 ହଜାର- ତେବେ ଏହି ଟିକା ଦେଶର ପ୍ରଥମ ସ୍ବଦେଶୀ ଟିକା ହେବ ବୋଲି କୁହାଯାଉଛି । ଆମେରିକାରେ କ୍ୟାନ୍ସର ଟିକାର ଦାମ୍ 25 ଲକ୍ଷ ରହିଥିବା ବେଳେ ଭାରତରେ ଏହାର ଦାମ୍ 10 ହଜାର ହେବ ବୋଲି ଆଶା କରାଯାଉଛି ।
ତେବେ ମହାତ୍ମାଗାନ୍ଧୀ ମେଡିକାଲ କଲେଜ ପକ୍ଷରୁ କୁହାଯାଇଛି ଯେ, ଡେଣ୍ଡ୍ରିଟିକ ସେଲ୍ ଚିକା ଏକ ଇମ୍ୟୁନୋଥେରାପି ଟିକା ଅଟେ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ କ୍ୟାନ୍ସର ସେଲକୁ ଚିହ୍ନଟ କରି ନଷ୍ଟ କରିବାରେ ସାହାଯ୍ୟ କରେ ।