JEE Mains 2025ରେ କେମିତି ହାସଲ କଲେ ୧୦୦ ସ୍କୋର, ଜାଣନ୍ତୁ ପଢିବା ପାଇଁ କିପରି କରିଥିଲେ ଷ୍ଟ୍ରାଟେଜୀ

JEE Mains 2025 ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ରେଜଲ୍ଟରେ ୧୦୦ NTA ସ୍କୋର କରିଥିବା ପିଲାଙ୍କ ସଂଖ୍ୟା ୧୪ ଥିଲା। ଏଥିରୁ ଶିବେନ ବିକାସ ତୋଶନୀୱାଲ ୧୦୦ ନମ୍ବର ହାସଲ କରିଛନ୍ତି।

ନୂଆଦିଲ୍ଲୀ: ଅହମଦାବାଦର ଶିବେନ ବିକାସ ତୋଶନୀୱାଲ JEE Mains 2025 ରେ ୧୦୦୦ NTA ସ୍କୋର ହାସଲ କରିଥିଲେ। ଶିବେନ ଲକ୍ଷୟା ଇଣ୍ଟରନେସନାଲ ସ୍କୁଲର ଛାତ୍ର ଏବଂ ବୋଧରା କ୍ଲାସେଜରେ ୪ ବର୍ଷର କ୍ଲାସରୁମ ପ୍ରୋଗ୍ରାମର ଛାତ୍ର।

ସେ ନିଜ ସଫଳତା ଶ୍ରେୟ ନିଜ ପରିଶ୍ରମ, ଉତ୍ତମ ପ୍ରସ୍ତୁତି, ଏବଂ ପରିବାର ଓ ଶିକ୍ଷକଙ୍କ ସପୋର୍ଟକୁ ଦେଇଛନ୍ତି। ଖାସ କଥା ହେଉଛି ଶିବେନ ସୋସିଆଲ ମିଡିଆରେ ସକ୍ରିୟ ନୁହଁନ୍ତି।

ଶିବେନ JEE Mains 2025 ରେ ୧୦୦୦ NTA ସ୍କୋର ସହ ପରଫେକ୍ଟ ମାର୍କସ ହାସଲ କରିଛନ୍ତି। ସେ ମନେ ରଖିବାର କନସପେଚୁଆଲ ଟ୍ରିକ୍‌ରେ ପଢିବାକୁ ଦାବି କରନ୍ତି।

କେମିତି ପଢୁଥିଲେ:
-ଏହି ସଫଳତା ତାଙ୍କ ପରିବାର ଏବଂ ଶିକ୍ଷକଙ୍କର ଥିଲା।

-ସେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲନ ଟେନିସ ଖେଳନ୍ତି।

-ସେ ଛୋଟ ବେଳୁ ଅଲମ୍ପିଆଡ୍ସରେ ଭାଗ ନେଇଥିଲେ, ସେବେଠାରୁ ଗଣିତ ଏବଂ ଫିଜିକ୍ସ ତାଙ୍କୁ ଭଲ ଲାଗିଲା। ତାଙ୍କ ବାପା ମାଆ ଡାକ୍ତର ହୋଇଥିବାରୁ, ସେମାନେ ଏହି ବିଷୟରେ ତାଙ୍କୁ ମାର୍ଗଦର୍ଶାଇଥାଆନ୍ତି।

-ଯେଉଁ ପିଲାମାନେ ଗଣିତ ଏବଂ ବିଜ୍ଞାନରେ ରୁଚି ରଖୁଛନ୍ତି, ସେମାନେ କେବଳ ସୂତ୍ର ମନେ ରଖିବା ପରିବର୍ତ୍ତେ କନସେପ୍ଟକୁ ବୁଝିବା ଆବଶ୍ୟକ। ରେଗୁଲାର ପ୍ରାକ୍ଟିସ ମଧ୍ୟ ଛାତ୍ରକୁ ସଫଳତା ପ୍ରଦାନ କରିଥାଏ।

-ତାଙ୍କ ପାଖରେ ଏକ ସ୍ପଷ୍ଟ ଯୋଜନା ଥିଲା। କେଉଁ ବିଷୟ କେଉଁ ଦିନ ପଢିବେ। ସୋସିଆଲ ମିଡିଆ ସେ ବ୍ୟବହାର କରନ୍ତି ନାହିଁ। ତାଙ୍କ ପାଖରେ କୌଣସି ଟ୍ୟୁଟର, ଫେସବୁକ ଆକାଉଣ୍ଟ ନାହିଁ। ସେ କେବଳ Gmail ବ୍ୟବହାର କରିଥାଆନ୍ତି।

-ଛାତ୍ରଙ୍କୁ ପ୍ରତିଯୋଗିତାକୁ ସାମ୍ନା କରିବାକୁ ପଡିବ। ଏଠାରେ ଆତ୍ମବିଶ୍ୱାସକୁ ବଢାଇବାକୁ ପଡିବ।

-ଗୋଟିଏ ଦୁଇ ମାସରେ ସେ ବହୁତ ସାରା ଟେଷ୍ଟ ଦିଅନ୍ତି ଏବଂ ପୂର୍ବ ବର୍ଷର ପେପରକୁ ସମାଧାନ କରନ୍ତି। JEE Main ପାଇଁ NCERT ବହି ଏବଂ କେମିକାଲ ଲାବ୍ରେଟୋରୀ ମ୍ୟାନୁଆଲ ମଧ୍ୟ ପଢିବା ଆବଶ୍ୟକ।

-ସେ ପ୍ରତିଦିନ ୪-୫ ଘଣ୍ଟା ପଢନ୍ତି ଏବଂ ପ୍ରତି ୱିକେଣ୍ଡରେ ସେମାନେ ସେହି ସପ୍ତାହରେ ପଢିଥିବା ବିଷୟର ରିଭିଜନ କରନ୍ତି।

-ସେ ନିଜ ପରିବାରକୁ ଶେଷରେ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଶିକ୍ଷକ ଏବଂ ପରିବାର ଲୋକେ ତାଙ୍କୁ ମାନସିକ ଭାବେ ସପୋର୍ଟ କରିଛନ୍ତି।