ମୁଖ୍ୟମନ୍ତ୍ରୀଙ୍କ ସୂଚନା, ୨୦୨୩ ତୁଳନାରେ ୨୦୨୪ରେ ବଢ଼ିଛି ଅପରାଧିକ କାର୍ଯ୍ୟକଳାପ

ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଲେ ମୁଖ୍ୟମନ୍ତ୍ରୀ । ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି ।

ଭୁବନେଶ୍ବର: ଗୃହରେ ଚିନ୍ତାଜନକ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ଅପରାଧିକ କାର୍ଯ୍ୟକଳାପ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରଶ୍ନ କରିଥିବା ବେଳେ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ୨୦୨୩ ମସିହାରେ ସର୍ବମୋଟ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ହେଲେ ୨୦୨୪ରେ ୨ ଲକ୍ଷ ୧୪ ହଜାର ୧୧୩ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି । ଅର୍ଥାତ୍ 2023 ତୁଳନାରେ 2024ରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି ।

ଯଦି ଦେଖିବା ୨୦୨୩ରେ ଚୋରିକୁ ନେଇ ମୋଟ୍ ୧୬ ହଜାର ୮ଶହ ୫୧ଟି ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୪ରେ ୧୭ ହଜାର ୮୦୫ରେ ପହଞ୍ଚିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ତଥ୍ୟ ଚିନ୍ତାଜନକ ବୋଲି କୁହାଯାଉଛି ।