ଏଥର ହୋଲିରେ ଚନ୍ଦ୍ରଗ୍ରହଣ, କରନ୍ତୁନି ଏହି ଭୁଲ, ନଚେତ ପଡ଼ିବ ଖରାପ ପ୍ରଭାବ

ଚନ୍ଦ୍ର ଗ୍ରହଣରେ ପଡୁଛି ହୋଲି। ଏହି ସମୟରେ କରନ୍ତୁନି ଏହି ଭୁଲ

ଓଡ଼ିଶା ଭାସ୍କର: ଖରାପ ଉପରେ ଭଲର ବିଜୟକୁ ହୋଲିର ସଂକେତ ବୋଲି ବିବେଚନା କରାଯାଏ। ହେଲେ ଚଳିତ ଥର ରଙ୍ଗର ଉତ୍ସବରେ ଚନ୍ଦ୍ରଗ୍ରହଣ ପଡୁଛି। ଏହା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ।

ଏହି ସମୟରେ ଏଭଳି ଭୁଲ କାର୍ଯ୍ୟଠାରୁ ଦୂରେଇ ରହିବା ଆବଶ୍ୟକ। ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..

ହୋଲି ଏବଂ ଚନ୍ଦ୍ରଗ୍ରହଣ ୨୦୨୫: ହୋଲି ପର୍ବ ଚଳିତ ବର୍ଷ ୧୪ ମାର୍ଚ୍ଚ ୨୦୨୫ରେ ପାଳନ କରାଯିବ। ହୋଲି ଫାଲଗୁନ ମାସର ପୂର୍ଣ୍ଣିମା ତିଥିରେ ପାଲନ କରାଯାଇଥାଏ। ତେବେ ଏଥର ପୂର୍ଣ୍ଣିମା ତିଥିର ଆରମ୍ଭ ୧୩ ମାର୍ଚ୍ଚ ସକାଳ ୧୦ଟା ୩୫ ମିନିଟରେ ହେବ।

୧୪ ମାର୍ଚ୍ଚ ଦ୍ୱିପ୍ରହର ୧୨ଟା ୨୩ ମିନିଟରେ ପୂର୍ଣ୍ଣିମା ତିଥିର ସମାପ୍ତ ହେବ। ହୋଲିକା ଦହନ ୧୩ ମାର୍ଚ୍ଚରେ କରାଯିବ। କାରଣ ହୋଲି ଦିନ ଚନ୍ଦ୍ରଗ୍ରହଣ ରହିବ। ୧୪ ମାର୍ଚ୍ଚ ସକାଳ ୯ଟା ୨୯ ମିନିଟରୁ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି। ଯାହା ଦ୍ୱିପ୍ରହର ୩ଟା ୨୯ ମିନିଟ ପର୍ଯ୍ୟନ୍ତ ରହିବ।

ଏହି କାମ କରନ୍ତୁନି:
-ହିନ୍ଦୁ ଧର୍ମରେ ଚନ୍ଦ୍ର ଗ୍ରହଣକୁ ଅଶୁଭ ସମୟ କୁହାଯାଇଥାଏ, ଏହି ସମୟରେ କୌଣସି ମଧ୍ୟ ଶୁଭ ଏବଂ ମାଙ୍ଗଳିକ କାର୍ଯ୍ୟ କରନ୍ତୁ ନାହିଁ।
-ଚନ୍ଦ୍ରଗ୍ରହଣ ସମୟରେ ରୋଷେଇ କରନ୍ତୁ ନାହିଁ, କାରଣ ଗ୍ରହଣ ସମୟରେ ରୋଷେଇ ଏବଂ ଖାଦ୍ୟ ଖାଇବା ନିଷେଧ।
-ଏହି ସମୟରେ ଘରୁ ବାହାରନ୍ତୁ ନାହିଁ। ଖାସକରି ଗର୍ଭବତୀ ମହିଳା ଘରୁ ନ ବାହାରିବା ଆବଶ୍ୟକ।
-ଏହି ସମୟରେ ବିଲକୁଲ ବି ମନ୍ଦିର କିମ୍ବା ଘରର ଠାକୁର ଘରକୁ ସ୍ପର୍ଶ କରନ୍ତୁ ନାହିଁ।
-ଚନ୍ଦ୍ରଗ୍ରହଣ ସମୟରେ ନ ଶୋଇବା ଆବଶ୍ୟକ। କୁହାଯାଇଥାଏ ଯେ, ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।