ଭୁବନେଶ୍ୱର: ଚଳିତଥର କଟକ ବାଲିଯାତ୍ରାରେ ମୋଟ ୨୪୩୮ଟି ଷ୍ଟଲ ଖୋଲାଯାଇଥିଲା । ଜରିମାନା ଆଦାୟକୁ ନେଇ ସୋଫିଆ ଫିର୍ଦ୍ଦୋସଙ୍କ ପ୍ରଶ୍ନରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରଖିଛନ୍ତି ଉତ୍ତର ।
ନିଲାମ ଆଧାରରେ ୧୧୮୮ ଓ ସ୍ଥିରୀକୃତ ଦରରେ ୧୨୫୦ ଷ୍ଟଲ ହୋଇଥିଲା । ଜରିମାନା ବାବଦକୁ ମୋଟ ୬ କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି ।
ଅନ୍ୟପଟେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ନେଇ ଆଶା ରହିଛି । ଗୃହରେ ବାଲିଯାତ୍ରା ପ୍ରସଙ୍ଗରେ ସଂସ୍କୃତି ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଜାତୀୟ ମାନ୍ୟତା ଦେବା ୟୁନେସ୍କୋର କାମ ।
ଏନେଇ ବିଶେଷଜ୍ଞଟିମ୍ ୟୁନେସ୍କୋ ସହିତ ଯୋଗାଯୋଗରେ ଅଛନ୍ତି । ଆଗକୁ ଜାତୀୟ ମାନ୍ୟତା ମିଳିବାର ଆଶା ରଖାଯାଇଛି କହିଲେ ସୂର୍ଯ୍ୟବଂଶୀ ।
ଏଥିସହ ତାରକସିକୁ ଜାତୀୟ ମାନ୍ୟତା ପାଇଁ ବାଙ୍କୀ ବିଧାୟକ ଦାବି କରିଛନ୍ତି ।