Breaking: ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଫାର୍ମ ମାଲିକ ମୃତ

କୁକୁଡ଼ା ଫାର୍ମ ହାଉସ୍ ମାଲିକଙ୍କୁ ଗୁଳି କରି ହତ୍ୟା। ଶୋଇଥିବା ବେଳେ ଗୁଳି କରିଥିଲେ ଦୁର୍ବୃତ୍ତ। ଫାର୍ମ ହାଉସରେ ହିଁ ମାଲିକଙ୍କ ମୃତ୍ୟୁ।

ଢେଙ୍କାନାଳ: ସକାଳୁ ସକାଳୁ ଫୁଟିଲା ଗୁଳି। ଫାର୍ମ ହାଉସରେ ଶୋଇଥିବା ବେଳେ ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ମାଲିକ ମୃତ। ହଠାତ୍ ଫାର୍ମ ହାଉସରେ ମାଲିକ ଜଣକ ଶୋଇଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ଆସି ଗୁଳି ଚଳାଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ଫାର୍ମ ମାଲିକ ଗୋବିନ୍ଦ ନାୟକଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା।

ଭୋର ସମୟରେ ଢେଙ୍କାନାଳ ଜିଲ୍ଲା ଭାପୁରରେ ଗୁଳିକାଣ୍ଡ। ସଦର ଥାନା ଫାଶୀ ଗାଁ ନିକଟ ଫାର୍ମ ହାଉସରେ ଫୁଟିଲା ଗୁଳି। ଭୋର ସମୟରେ ଗୁଳି କଲେ ଦୁର୍ବୃତ୍ତ। କୁକୁଡ଼ା ଫାର୍ମ ମାଲିକକୁ ଗୁଳିକରି ହତ୍ୟା।

ଶୋଇଥିବା ବେଳେ ଗୁଳି ମାରିଥିଲେ ଦୁର୍ବୃତ୍ତ। ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଭାପୁର ପୋଲିସ ତଦନ୍ତ ଆରମ୍ଭ କରିଛି। ହେଲେ କାହିଁକି ଗୁଳିକାଣ୍ଡ ଘଟିଲା ତାହାର କାରଣ ଏବେଯାଏଁ ସ୍ପଷ୍ଟ ହୋଇନାହିଁ। କୌଣସି ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଛି। ନା ଏହା ପଛରେ ଆଉ କିଛି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି।