IND vs PAK : ଦେଖନ୍ତୁ (Video) ମିଛୁଆ ହେଲେ IIT ବାବା, ସୋସିଆଲ ମିଡିଆରେ ପଢ଼ୁଆ ବାବାଙ୍କ ଗୋଡ଼ ଟାଣିଲେ ୟୁଜର୍ସ
ପୁଣି ଚର୍ଚ୍ଚାରେ ଆଇଆଇଟି ବାବା । ଭବିଷ୍ୟବାଣୀ ପଡ଼ିଲା ଭାରି ।
ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ଭାରତ ହରାଇବା ପରେ ଏବେ ଚର୍ଚ୍ଚାକୁ ଆସିଛନ୍ତି ଆଇଆଇଟି ବାବା । ଖବରଟି ଅଜବ ଲାଗୁଛି ନା? ବାବାଙ୍କର କ୍ରିକେଟ ଖେଳରେ କି କାମ ବୋଲି!
ଗତ ରବିବାରର ଭାରତୀୟ ଦଳ ମ୍ୟାଚ୍ ଜିତିବା ପରେ ଆଇଆଇଟି ବାବାଙ୍କ ଉପରେ ଲୋକ ରାଗି ପୁରା ଖପ୍ପା । କାରଣ ସେମାନେ ଆଇଆଇଟି ବାବାଙ୍କ ଭବିଷ୍ୟବାଣୀକୁ ନେଇ ତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ମିଛୁଆ : ମ୍ୟାଚ୍ ପୂର୍ବରୁ ଆଇଆଇଟି ବାବା ନିଜର ଏକ ସାକ୍ଷାତକାରରେ କହିଥିଲେ ଯେ, ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଜିତିବ ଏବଂ ଭାରତ ହାରିବ । କୋହଲି ଆସନ୍ତୁ କି ଯେ କେହି ବି ଆସନ୍ତୁ ପଡ଼ିଆକୁ କେହି ଭାରତର ବରାଜୟକୁ ଅଟକାଇ ପାରିବେ ନାହିଁ । ମୁଁ କହିଦେଲି ଭାରତ ହାରିବ ମାନେ ହାରିବ… ।
ଏମିତି କିଛି ମନ୍ତବ୍ୟ ଦେଇ ଆଇଆଇଟି ବାବା ଏବେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି । ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
ବାବାଙ୍କୁ ଫିଙ୍ଗିଦିଅ: କମେଣ୍ଟ ଜରିଆରେ ୟୁଜର୍ସମାନେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଆମକୁ ଏଇ ଆଇଆଇଟି ବାବାଙ୍କୁ ଧରି ଗୋଇଠା ମାରି ଭାରତ ବାହାରକୁ ଫିଙ୍ଗିବାକୁ ପଡ଼ିବ । ଆଉଜଣେ ଲେଖିଛନ୍ତି, ପାକିସ୍ତାନଠାରୁ ଅଧିକ ଏହି ଆଇଆଇଟି ବାବା ଟ୍ରୋଲ ହେଲେଣି । ଚାଲ ଏ ବାବାକୁ ଧରିବା ବୋଲି ଅନ୍ୟଜଣେ ଏକ୍ସ ୟୁଜର କମେଣ୍ଟ କରିଛନ୍ତି ।
View this post on Instagram