Indian Railway: 30 ମିନିଟରେ 300 କିଲୋମିଟର ଯାତ୍ରା! ଦେଶର ପ୍ରଥମ ହାଇପରଲୁପ୍ ଟ୍ରାକ୍ ପ୍ରସ୍ତୁତ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦେଶର ପ୍ରଥମ ହାଇପରଲୁପ୍ ପରୀକ୍ଷଣ ଟ୍ରାକ୍ ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି । ଯାହା ଆଇଆଇଟି ମାଡ୍ରାସ ସହାୟତାରେ ନିର୍ମିତ ଏବଂ ଏହାର ଲମ୍ବା 422 ମିଟର ଅଟେ ।

ନୂଆଦିଲ୍ଲୀ: ଭାରତରେ ରେଳ ପରିବହନକୁ ସୁଗମ ଏବଂ ଆଧୁନିକ ସୁବିଧାରେ ସଜ୍ଜିତ କରିବା ପାଇଁ ସରକାର ନିରନ୍ତର ପଦକ୍ଷେପ ନେଉଛନ୍ତି । ଏବେ ଭାରତୀୟ ରେଳ ସହିତ ଜଡିତ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ବୁଲେଟ୍ ଟ୍ରେନ୍ ପ୍ରକଳ୍ପର କାର୍ଯ୍ୟକୁ ଆଗକୁ ବଢ଼ାଇବା ସହିତ, ଦେଶର ପ୍ରଥମ ହାଇପରଲୁପ୍ ପରୀକ୍ଷଣ ଟ୍ରାକ୍ ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ସୂଚନା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେୟାର କରିଛନ୍ତି । ଏହି ହାଇପରଲୁପ୍ ଟ୍ରାକ୍ ଆଇଆଇଟି ମାଡ୍ରାସ ସହଯୋଗରେ ରେଳବାଇ ଦ୍ୱାରା ପ୍ରସ୍ତୁତ କରାଯାଇଛି ।

422ମିଟର ଲମ୍ବା ଏହି ଟ୍ରାକ- ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଏହି ହାଇପରଲୁପ୍ ପରୀକ୍ଷଣ ଟ୍ରାକ୍ ଆଇଆଇଟି ମାଡ୍ରାସ ସହାୟତାରେ ପ୍ରସ୍ତୁତ କରାଯାଇଛି ଏବଂ ଏହା 422 ମିଟର ଲମ୍ବା ଅଟେ । ଏହି ହାଇପରଲୁପ୍ ଟ୍ରାକ୍ ପ୍ରକଳ୍ପ ଭବିଷ୍ୟତରେ ରେଳ ଯାତାୟାତକୁ ଆହୁରି ସୁଗମ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ହାଇପରଲୁପ୍ ଟ୍ରାକ୍- ହାଇପରଲୁପ୍ ରେଳ ଟ୍ରାକ୍ ପ୍ରକୃତରେ ଏକ ଏପରି ପ୍ରଯୁକ୍ତିବିଦ୍ୟା ଯେଉଁଥିରେ ଟ୍ରେନକୁ ଏକ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଥିବା ଟ୍ୟୁବ୍‌ରେ ଚଲାଯାଏ । ଏହାର ବେଗ ଦ୍ରୁତ ବୋଲି କୁହାଯାଉଛି । ଏହା ସାର୍ବଜନୀନ ପରିବହନକୁ ଦ୍ରୁତ କରିବାରେ ସହାୟକ ହୋଇପାରେ ।

ଏବେ ଦେଶର ପ୍ରଥମ ହାଇପରଲୁପ୍ ରେଳ ଟ୍ରାକ୍ ପ୍ରସ୍ତୁତ ହୋଇସାରିଛି, ଆଶା କରାଯାଉଛି ଯେ ଏଥିରେ ଖୁବ୍ ଶୀଘ୍ର ଟ୍ରେନ୍ ପରୀକ୍ଷଣ ଆରମ୍ଭ ହେବ । ତେବେ ଏହି ଟ୍ରେନ 300 କିଲୋମିଟରକୁ 30 ମିନିଟରେ ଅତିକ୍ରମ କରିବ ବୋଲି କୁହାଯାଉଛି ।