ବରକୁ ମାରିବାକୁ ଦେଇଥିଲା ସୁପାରୀ, ଏବେ ଗିରଫ ହୋଇ ଥାନାରେ ଚକି ପେଷିବ

କନିଆଁ ମଥାରୁ ସିନ୍ଦୂର ପୋଛିବାକୁ କରିଥିଲା ଷଡ଼ଯନ୍ତ୍ର। ବାହାଘର ଦିନ ବରକୁ ହତ୍ୟା କରିବା ପାଇଁ ଦେଇଥିଲା ସୁପାରୀ। ହେଲେ ଏବେ ପୋଲିସ ହାତରେ ଧରା ପଡି ଜେଲରେ।

ବଲାଙ୍ଗିର: ବଲାଙ୍ଗିର ବରକୁ ହତ୍ୟା ପାଇଁ ସୁପାରୀ ଦେବା ଘଟଣା। ତିନି ଦିନ ପରେ ଗିରଫ ହେଲା ମାଷ୍ଟର ମାଇଣ୍ଡ। କନିଆଁ ମଥାରୁ ସିନ୍ଦୂର ପୋଛିବାକୁ କରିଥିଲା ଷଡ଼ଯନ୍ତ୍ର। ହେଲେ ଏବେ ଧରା ପଡି ଜେଲରେ। ବରକୁ କାହିଁକି ମାରିବାକୁ ଚାହୁଁଥିଲା ମୁଖ୍ୟ ଅଭିଯୁକ୍ତ।

୩ ଦିିନ ପରେ ଷଡ଼ଯନ୍ତ୍ରକାରୀ ସୁଶାନ୍ତ ବିଶ୍ୱାଳକୁ ଗିରଫ କରିଛି  ଦେଓଗାଁ ପୋଲିସ। ସମ୍ପର୍କୀୟଙ୍କ ଘରେ ଲୋଚି ରହିଥିଲା ସୁଶାନ୍ତ। ହେଲେ ଚଢାଉ କରି ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିବାରେ ସଫଳ ହୋଇଛି ପୋଲିସ।

ହତ୍ୟା ଷଡ଼ଯନ୍ତ୍ର: ତିନି ଦିନ ତଳେ ଅର୍ଥାତ୍ ରବିବାର ଦିନ ରାତିରେ ବାବିଜୁରୀ ଗାଁର ବର ନିଜ ପରିବାର ଓ ବରଯାତ୍ରୀ ଧରି ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ ଗାଁକୁ ବିବାହ କରିବାକୁ ଆସିଥିଲା।

ହେଲେ ସେଠାରେ ପାଖାପାଖି ୧୦ ଜଣ ଲୋକ ବରକୁ ହତ୍ୟା କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ। ଆଉ ବରକୁ ହତ୍ୟା ପାଇଁ ଯୋଜନା କରିବା ସମୟରେ ଗାଁ ଲୋକ ସୁପାରୀ କିଲରମାନଙ୍କୁ ଧରି ପୋଲିସ ଜିମା ଦେଇଥିଲେ।

ମୁଖ୍ୟ ଅଭିଯୁକ୍ତ ଗିରଫ: ତେବେ ଏହି ଘଟଣାରେ ଅଧିକ ଖୋଳତାଡ କରୁଥିଲା ପୋଲିସ। ଯଦିଓ ଏହି ଘଟଣାରେ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ। ହେଲେ ମୁଖ୍ୟ ଅଭିଯୁକ୍ତ ଫେରାର ଥିଲା। ହେଲେ ତିନି ଦିନ ପରେ ଏବେ ପୋଲିସକୁ ସଫଳତା ମିଳିଛି। ଆଉ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି।

ପୂର୍ବରୁ ବରପକ୍ଷ ଓ ମୁଖ୍ୟ ଅଭିଯୁକ୍ତ ମଧ୍ୟରେ ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଆଉ ଏହାର ପ୍ରତିଷୋଧ ନେବା ପାଇଁ ସୁଶାନ୍ତ ବରକୁ ତା ବାହଘର ଦିନ ମାରିବା ପାଇଁ ଯୋଜନା କରି ସୁପାରୀ ଦେଇଥିଲା।