Breaking: ସିରିଜ୍ ଚୋରି, ଯାତ୍ରା ଦେଖୁଥିଲେ ଲୋକେ, ଘରେ କଳାକନା ବୁଲାଇ ଦେଲେ ଲୁଟେରା
ଗାଁରେ ସିରିଜ୍ ଚୋରି। ଏକାଥରେ ୫ଟି ଘରେ କଳାକନା ବୁଲାଇଦେଲେ ଲୁଟେରା। ସେପଟେ ଯାତ୍ରା ଦେଖୁଥିଲେ ଗାଁ ଲୋକ, ଏପଟେ ଲୁଟ୍ କରୁଥିଲେ ଲୁଟେରା।
ବାଙ୍କି: ଗାଁରେ ସିରିଜ୍ ଚୋରି। ଏପରି ଘଟଣା ପ୍ରାୟ ବୋହୁତ କମ୍ ଦେଖିବାକୁ ମିଳେ। ଅବଶ୍ୟ ଏବେ ସବୁଠି ମାତିଛନ୍ତି ଲୁଟେରାଷ ଗାଁ ହେଉ କି ସହର କେଉଁଠି ବା ବାଦ୍ ଦେଉନାହାନ୍ତି। ଘରେ ଲୋକ ନଥିବାର ସୁଯୋଗ ନେଇ କଳାକନା ବୁଲାଇଦେଉଛନ୍ତି।
ସହରରେ ତ ପୋଲିସ ପେଟ୍ରୋଲିଂ ସତ୍ତ୍ୱେ ବି ଆପାର୍ଟମେଣ୍ଟରେ ଲୁଟ୍ ହେଉଛି। ହେଲେ ଗାଁରେ ତ ସେପରି କିଛି ନାହିଁ। ତେଣୁ ଚୋରଙ୍କୁ ଚୋରି କରିବାରେ ସୁବିଧା ହେଉଛି। ଠିକ୍ ସେହିପରି ବାଙ୍କି ବୈଦେଶିକ ଥାନା ପୁଇଁଚାରାରେ ଘଟିଛି ସିରିଜ୍ ଚୋରି।
ଗୋଟିଏ ରାତିରେ ୫ଟି ଘରୁ ସୁନା ଗହଣା ସହ ଲକ୍ଷାଧିକ ନଗଦ ଟଙ୍କା ଚୋରି ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି। ତେବେ ଗାଁରେ ଚାଲିଥିଲା ଜାଗରଯାତ୍ରା। ଜାଗର ସରିଯିବା ପରେ ଗାଁରେ ଯାତ୍ରାର ଆୟୋଜନ କରାଯାଇଥିଲା।
ପ୍ରତିବର୍ଷ ପରି ଗାଁ ଲୋକ ମନ ଖୁସିରେ ଯାତ୍ରା ଦେଖୁଥିଲେ। ହେଲେ ସେପଟେ ଘର ଖାଲି କରିଦେଲେ ଲୁଟେରା। ଏକା ସାଙ୍ଗରେ ୫ଟି ଘରେ ପଶିଲେ। ଆଉ ଯାତ୍ରାର ଫାଇଦା ଉଠାଇଲେ। ଘରେ କେହି ଲୋକ ନଥିବାର ସୁଯୋଗ ନେଇ ସବୁ ସୁନା ଗହଣା, ଟଙ୍କା ପଇସା ଧରି ଚମ୍ପଟ ମାରିଲେ।