ଭୟଙ୍କର ବସ୍ ଦୁର୍ଘଟଣା, ଏକାଥରେ ୩୭ ଜଣଙ୍କର ମୃତ୍ୟୁ

ମୁହାଁମୁହିଁ ଧକ୍କା ହେଲା ବସ୍। ଚାଲିଗଲା ଅନେକ ଜୀବନ। ଏବେବି ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ଅନେକ ଯାତ୍ରୀ।

ସୁକ୍ରେ: ପୁଣି ଏକ ବଡ଼ ଦୁର୍ଘଟଣା। ଦୁଇ ବସ୍ ମୁହାଁମୁହିଁ ଧକ୍କା। ଫଳରେ ୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩୦ରୁ ଅଧିକ ଯାତ୍ରୀ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କେତେକଙ୍କ ଅବସ୍ଥା ସ୍ଥିର ଥିବା ବେଳେ, ଆଉ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଦୁଇଟି ଯାତ୍ରୀବାହୀ ବସ୍ ମୁହାଁମୁହିଁ ହେବା ଫଳରେ ଏତେ ଲୋକଙ୍କର ଜୀବନ ଚାଲିଯାଇଛି। ସକାଳେ ଉୟୁନି ଏବଂ କୋଲଚାନି ମଧ୍ୟରେ ଥିବା ଏକ ରାଜପଥରେ ଏକ ବସ୍ ଭୁଲ୍ ଲେନ୍ ଭିତରକୁ ଚାଲିଯିବାରୁ ଦୁର୍ଘଟଣା ଘଟିଥିଲା। ଯାହାକି ଗତ କିଛି ବର୍ଷ ମଧ୍ୟରେ ସବୁଠୁ ବଡ଼ ଦୁର୍ଘଟଣା  ବୋଲି କୁହାଯାଉଛି।

ବସ୍ ମୁହାଁମୁହିଁ ଧକ୍କା: ତେବେ ଏପରି ଏକ ଭୟଙ୍କର ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ସୁକ୍ରେ ବୋଲିଭିଆର ଦକ୍ଷିଣ ଅଞ୍ଚଳରେ। ସକାଳେ ଦୁଇଟି ଯାତ୍ରୀବାହୀ ବସ୍ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। ହେଲେ ହଠାତ୍ ଏକ ବସ୍ ଭୁଲ୍ ଲେନ୍ ଭିତରକୁ ପଶିଆସିଥିଲା।

ଫଳରେ ଦୁଇଟି ଯାକ ବସ୍ ମୁହାଁମୁହିୀଁ ଧକ୍କା ହୋଇଗଲା। ଆଉ ଘଟଣାସ୍ଥଳରେ ହିଁ ଅନେକଙ୍କ ଜୀବନ ଜାଲିଗଲା। ମୃତକଙ୍କ ମଧ୍ୟରେ ଦୁଇଟି ଶିଶୁ ମଧ୍ୟ ସାମିଲ ରହିଛନ୍ତି। ପୋଟୋସି ବିଭାଗୀୟ ପୁଲିସ କମାଣ୍ଡର ମୁଖପାତ୍ରଙ୍କ ସୂଚନାନୁସାରେ, ହି ଭୟଙ୍କର ଦୁର୍ଘଟଣାରେ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ୩୯ ଜଣ ଆହତ ହୋଇଛନ୍ତି।

ଉତ୍ସବ: ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ସହରର ୪ଟି ଭିନ୍ନ ଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦେଖିବାକୁ ଗଲେ ଗୋଟିଏ ବସ୍ ଓରୁରୋ କାର୍ନିଭାଲ୍ ଯାଉଥିଲା। ଏହି କାର୍ନିଭାଲ୍ ଲାଟିନ୍ ଆମେରିକାର ସବୁଠାରୁ ବଡ଼ ଉତ୍ସବ ମଧ୍ୟରୁ ଗୋଟିଏ ଏବଂ ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥାନ୍ତି।

ଆଉ ଏହି ବସ୍ ଯିବା ବେଳେ ଅନ୍ୟ ଏକ ବସ୍ ଦ୍ରୃତ ଗତିରେ ଭୁଲ୍ ଲେନରେ ପଶିଯାଇଥିଲା। ଫଳରେ ଏତେ ଲୋକଙ୍କର ଜୀବନ ଚାଲିଗଲା। ଦ୍ରୁତ ଗତି, ବେପରୁଆ ଗାଡ଼ି ଚାଳନା ଏବଂ ଦୁର୍ବଳ ସଡ଼କ ସୁରକ୍ଷା ନିୟମ ଯୋଗୁ ପ୍ରତିବର୍ଷ ଅନେକ ଲୋକଙ୍କ ଜୀବନ ଯାଉଛି।