ଏବେ ଅଷ୍ଟ୍ରେଲିଆ ପାଳି, ବଦଲା ନେବ ଭାରତ
ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ। ଆସନ୍ତା କାଲି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ୍। କଙ୍ଗାରୁ ଦଳକୁ ହରାଇ ଫାଇନାଲରେ ପହଞ୍ଚିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ।
ଦୁବାଇ: ଏବେ ଭାରତ ଅଷ୍ଟ୍ରେଲିଆ ଟକ୍କର। ଗ୍ରୁପ ପର୍ଯ୍ୟାୟର ସମସ୍କ ମ୍ୟାଚ୍ ଶେଷ ହୋଇଥିବା ବେଳେ, ପ୍ରଥମ ସେମିଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ହେବ। ଯାହାକୁ ନେଇ ଏବେଠୁ କ୍ରିକେଟ ପ୍ରେମୀଙ୍କ ଉତ୍ସାହ ବଢିଗଲାଣି।
ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ପାକିସ୍ତାନ ପରେ ଏବେ ଅଷ୍ଟ୍ରେଲିଆ ପାଳି। ୨୦୨୩ର ବଦଲା ନବ ଭାରତ। କଙ୍ଗାରୁ ଦଳକୁ ସେମି ଫାଇନାଲରେ ହରାଇ ୨୩ର ବଦଲା ନବ ଟିମ୍ ଇଣ୍ଡିଆ। ଆଉ ଏହି ସେମିଫାଇନାଲ ଟକ୍କରକୁ ଦେଖିବା ପାଇଁ ଚାତକ ପରି ଚାହିଁ ରହିଛନ୍ତି କ୍ରିକେଟ୍ ପ୍ରେମୀ।
ଟପରେ ରହିଲା ଭାରତ: ଚାମ୍ପିଆନ୍ସ ଟ୍ରଫିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଅପରାଜୟ ଭାରତ। ସ୍ପିନ ବୋଲିଂ ଆଗରେ ହାର ମାନିଲା କିୱି ଟିମ। ଲୋ ସ୍କୋରିଙ୍ଗ ମ୍ୟାଚରେ ନ୍ୟଜିଲାଣ୍ଡ ଠାରୁ ୪୪ ରନରେ ଜିତିଲା ରୋହିତ ବାହିନୀ।
କାଲି ସେମିଫାଇନାଲରେ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ। ଶେଷ ଗ୍ରୁପ୍ ଷ୍ଟେଜ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ଅଷ୍ଟ୍ରେଲିଆ ସହ ସେମିଫାଇନାଲ ଟକ୍କର ପାଇଁ ସୂଚୀ ସ୍ଥିର ହୋଇଛି। ପ୍ରଥମ ସେମି ମ୍ୟାଚ୍ ରୋହିତ ବାହିନୀ କଙ୍ଗାରୁ ଦଳ ସହ ଲଢ଼ିବ। ଆଉ ୫ ତାରିଖରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ସେମି ଖେଳାଯିବ। ଏବଂ ଆସନ୍ତା ୯ ତାରିଖରେ ଫାଇନାଲ ମ୍ୟାଚ ହେବ ।
Ind-Aus ପ୍ରଥମ ସେମି ମ୍ୟାଚ୍: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଭାରତ ଗ୍ରୁପ୍ର ଶୀର୍ଷ ଦଳ ଥିଲା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା।
ତେଣୁ ଦୁଇ ଦଳ ମଧ୍ୟରେ ପ୍ରଥମ ସେମି ଖେଳାଯିବ। ଏଠି କହି ରଖିବା ପାଇଁ ଚାହିଁବୁ କି ଭାରତ ଏଯାଏଁ ଅପରାଜିତ ରହିଛି। ତିନୋଟି ଯାକ ମ୍ୟାଚରେ ଟସ୍ ହାରି ମଧ୍ୟ ରୋହିତ ବାହିନୀ ସଫଳତାର ସମ ମ୍ୟାଚ୍ ଜିତି ନେଇଛନ୍ତି। ତେଣୁ ଏବେ ସେମି ଉପରେ ସମସ୍ତଙ୍କ ନଜର।
କେବେ ମ୍ୟାଚ୍: ତେବେ ଯଦି ଦେଖିବା ଏହି ପ୍ରଥମ ସେମି ଫାଇନାଲ ମ୍ୟାଚ୍ ମାର୍ଚ୍ଚ ୪ ରେ ଖେଳାଯିବ। ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୨:୩୦ ରେ ଆରମ୍ଭ ହେବ, ଟସ୍ ଅପରାହ୍ନ ୨ ଟାରେ ପଡ଼ିବ।
ଭାରତ ଚାମ୍ପିଅନ୍ସ ଟ୍ରଫିରେ ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳୁଛି। ଭାରତ ବନାମ ଅଷ୍ଟ୍ରେଲିଆ ସେମିଫାଇନାଲ ମ୍ୟାଚ୍ ମଧ୍ୟ ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ।
ODI ମୁହାଁମୁହିଁ: ଭାରତ ଏବଂ ଅଷ୍ଟ୍ରେଲିଆ ODIରେ ପରସ୍ପର ବିରୁଦ୍ଧରେ ୧୫୧ଟି ମ୍ୟାଚ୍ ଖେଳିଛନ୍ତି। ହେଲେ ଅଷ୍ଟ୍ରେଲିଆର ସ୍ଥିତି ଭଳ ରହିଛି। ଅର୍ଥାତ୍ ଅଷ୍ଟ୍ରେଲିଆ ୮୪ଟି ମ୍ୟାଚ୍ ଜିତିଥିବା ବେଳେ, ଭାରତ ୫୭ଟି ମ୍ୟାଚ୍ ଜିତିଛି। ୧୦ଟି ମ୍ୟାଚ୍ ଅନିର୍ଣ୍ଣାୟ ରହିଛି।