ବିବାହ କରୁଥିଲା ସ୍ୱାମୀ, ବେଦୀ ଉପରୁ ଉଠାଇନେଲା ସ୍ତ୍ରୀ
ମନରେ ଫୁଟୁଥିଲା ଲଡୁ। କାହିଁକି ନା ଆଜି ତାର ବାହାଘର। ଆଉ ବାହା ବେଦୀ ଉପରେ ରୀତିନୀତି ଅନୁସାରେ ନିଜ କନିଆଁ ସାଥିରେ ବସିଥିଲା ବର। ହେଲେ ବାହା ବେଦୀ ଉପରୁ ସ୍ୱାମୀକୁ ଉଠାଇନେଲା ସ୍ତ୍ରୀ।
କୋରାପୁଟ: ବାହା ହବାକୁ ବେଦୀରେ ବସିଥିଲା ବର। ଆଉ ପାଖରେ ବସିଥିଲା କନିଆଁ। ରୀତିନୀତି ଅନୁସାରେ ପୂଜାପାଠ ବି ଚାଲିଥିଲା। ବର ପକ୍ଷ କନିଆଁ ପକ୍ଷ ବି ଉପସ୍ଥିତ ଥିଲେ। ବେଶ ଧୁମା ଧାମରେ ବାହାଘର ହେଉଥାଏ।
ମଣ୍ଡପ ମଧ୍ୟ ସଜାଯାଇଥାଏ। ସମସ୍ତେ ବାହାଘରକୁ ବେଶ ଉପଭୋଗ ମଧ୍ୟ କରୁଥାନ୍ତି। ହେଲେ ହଠାତ୍ ବାହା ବେଦୀ ଉପରୁ ବରକୁ ଉଠାଇ ନେଲା ସ୍ତ୍ରୀ। ଏହି କଥାଟି ଶୁଣି ଆପଣ ଟିକେ କନଫ୍ୟୁଜ ହେଉଛନ୍ତି ନା। ବର କନିଆଁ ତ ବେଦୀରେ ଥିଲେ। ଆଉ ବାହାଘର ହେଉଥିଲା ପୁଣି ସ୍ତ୍ରୀ କ’ଣ ବରକୁ ଉଠାଇ ନେଲା। ଏକଥା ଆପଣଙ୍କୁ ବୁଝା ପଡୁନି ନା।
ବରକୁ ଉଠାଇ ନେଲା ସ୍ତ୍ରୀ: ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ଜାଣିବା। ତେବେ ଏପରି ଏକ କନଫ୍ୟୁଜ ବାଲା ଘଟଣା ଘଟିଛି କୋରାପୁଟର ବୋରିଗୁମା ଅଞ୍ଚଳରେ। ତେବେ ପ୍ରକୃତ କଥା ହେଉଛି ବାହା ବେଦୀରେ ବାହା ହେଉଥିଲେ ବର କନିଆଁ।
ହେଲେ ଏହା ଥିଲା ବରଙ୍କ ଦ୍ୱିତୀୟ ବିବାହ। ଯାହାଙ୍କର ପୂର୍ବରୁ ଜଣେ ପତ୍ନୀ ଓ ୧୬ ବର୍ଷର ପୁଅ ମଧ୍ୟ ରହିଛି। ହେଲେ ସ୍ତ୍ରୀ ଓ ପୁଅକୁ ଛାଡି ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲା ରସିକିଆ ସ୍ୱାମୀ। ଯାହା ସମ୍ପର୍କରେ ଖବର ପାଇ ବାହା ବେଦୀରେ ପୋଲିସ ସହ ପହଞ୍ଚିଲେ ପତ୍ନୀ। ଆଉ ବରକୁ ସିଧା ମାମୁଁ ଘର ଉଠାଇ ଆଣିଲେ ପୋଲିସ।
୧୭ ବର୍ଷ ତଳେ ବାହାଘର: ବୋରିଗୁମା ଅଞ୍ଚଳର ଯମୁନା ସମରଥ ଗତ ୨୮ ତାରିଖରେ ବୋରିଗୁମ୍ମା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। କି ତାଙ୍କ ସ୍ୱାମୀ ବିପିନ ସମରଥ ୧୭ ବର୍ଷ ତଳେ ତାଙ୍କୁ ପ୍ରେମ ବିବାହ କରିଥିଲେ।
ଆଉ ତାଙ୍କର ଏକ ୧୬ ବର୍ଷର ପୁଅ ମଧ୍ୟ ଅଛି। ସେ +୨ ରେ ପାଠ ପଢୁଛି। ହେଲେ ସ୍ତ୍ରୀ ଓ ପୁଅକୁ ଛାଡ଼ି ସ୍ୱାମୀ ବିପିନ ସମରଥ ଦ୍ୱାତୀୟ ବିଭାହ କରୁଛନ୍ତି। ଅଭିଯୋଗ ଆଧାରରେ ପୋଲିସ ବାହାଘର ଦିନ ବେଦୀ ଉପରୁ ବିପିନକୁ ଉଠାଇ ଆଣିଛି।