ମରିଗଲା ବିଲେଇ, ଆତ୍ମହତ୍ୟା କରିଦେଲେ ମହିଳା

ମରିଗଲା ପୁଷି। ସହିପାରିଲେନି ମହିଳା। ୩ ଦିନ ପର୍ଯ୍ୟନ୍ତ ମଲା ବିଲେଇକୁ ସାଙ୍ଗରେ ଧରି ଶୋଇଲେ ଆଉ କାନ୍ଦିଲେ। ଶେଷରେ ନିଜେ ରଶି ଲଗାଇ ଝୁଲି ପଡିଲେ।

ଉତ୍ତରପ୍ରଦେଶ: ପ୍ରେମ ଏମିତି ଏକ ଜିନିଷ ଯାହା କାହା ସହ କେତେବେଳେ କେଉଁଠି ବି ହୋଇଯାଇପାରେ। ଆଉ ଆଦିକାଲି ମଣିଷଙ୍କ ଅପେକ୍ଷା ପଶୁ ପକ୍ଷୀଙ୍କୁ ଲୋକ ବେଶୀ ଭଲ ପାଉଛନ୍ତି। ନିଜ ପିଲାଙ୍କ ପରି ସ୍ନେହ ଆଦର କରୁଛନ୍ତି। ସେହିପରି ଜଣେ ମହିଳା ନିଜ ବିଲେଇକୁ ନିଜ ଛୁଆ ପରି ପାଳିଥିଲେ। ଆଉ ସେହି ବିଲେଇ ପାଇଁ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଲେ।

ହଁ ଆଜ୍ଞା ଜଣେ ମହିଳା ନିଜ ପୁଷିର ମୃତ୍ୟୁକୁ ସହିପାରିଲେନି। ଆଉ ଶେଷରେ ନିଜ ଜୀବନ ହାରିଦେବାକୁ ନିଷ୍ପତ୍ତି ନେଲେ। ଆଉ ଏହି ଖବର ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛି। ଏହା ଏକ କାଳ୍ପନିକ କାହାଣୀ ପରି ମନେ ହେଉଛି। ହେଲେ ବାସ୍ତବରେ ଏପରି ଘଟଣା ଘଟିଛି ଉତ୍ତରପ୍ରଦେଶର ଆମରୋହା ଜିଲ୍ଲାରେ।

ପୁଷି ପ୍ରେମ: ହଁ ଆଜ୍ଞା ୩୫ ବର୍ଷୀୟା ଝିଅ ପୂଜା। ଯିଏକି ଦୀର୍ଘ ଦିନ ହେବ ଗୋଟେ ବିଲେଇ ପୋଷି ଥିଲେ। ଯାହାକୁ ସେ ନିଜ ଜୀବନଠାରୁ ବି ଅଧିକ ଭଲ ପାଉଥିଲେ। ଠିକ୍ ନିଜର ଛୁଆ ପରି। ତାର ବୋହୁତ ଯତ୍ନ ନେଉଥିଲେ। ତା ପଛରେ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରୁଥିଲେ।

ପୁଳି ପାଇଁ ବିଭିନ୍ନ ପ୍ରକାରର ନୂଆ ଜିନିଷ ଆଣୁଥିଲେ। ସାଙ୍ଗରେ ଖାଉଥିଲେ, ସାଙ୍ଗରେ ପିଉଥିଲେ, ସାଙ୍ଗରେ ବୁଲୁଥିଲେ ଆଉ ସାଙ୍ଗରେ ଶୋଉ ବି ଥିଲେ। ଯଦି ପୁଷିକୁ କେହି କିଛି କହୁଥିଲେ ତା ସାଙ୍ଗରେ ଝଗଡ଼ା ମଧ୍ୟ କରୁଥିଲେ। ନିଜ ପାଖରେ ଗୋଟେ ମୁହୁର୍ତ୍ତ ବି ଅଲଗା କରୁନଥିଲେ।

ମରିଗଲା ପୁଷି: ହେଲେ ୩ ଦିନ ତଳେ ହଠାତ୍ ବିଲେଇଟି ମରିଗଲା। କିନ୍ତୁ ଏହି ସତକୁ ସହଜରେ ଗ୍ରହଣ କରିପାରିଲେନି ପୂଜା। ଯାହାକୁ ନିଜ ଛୁଆ ପାରି ପାଳିଥିଲେ। କେବେ ଗୋଟେ ବିଲେଇ ପରି ଭାବି ନଥିଲେ। ହଠାତ୍ ତାର ମୃତ୍ୟୁକୁ କିପରି ବା ସହି ପାରିଥାନ୍ତେ।

ଆତ୍ମହତ୍ୟା କରିଦେଲେ: ଏପରି ହେଲା ଯେ ବାସ୍ତବରେ ପୁଷି ଟି ମରିଯାଇଥିଲା। ହେଲେ ଏହାକୁ ଗ୍ରହଣ କରିପାରୁନିଥିଲେ ମହିଳା ଜଣକ। ଭାବୁଥିଲେ ତାଙ୍କ ପୁଷି ବଞ୍ଚିଯିବ। ଏପରି ହେଲା କି ବିଲେଇ ମରିବା ଦିନଠାରୁ ସେ ନିଜ ପାଖରେ ମଲା ବିଲେଇକୁ ଧରି ଶୋଉଥିଲେ।

ତାଙ୍କର ବିଶ୍ୱାସ ଥିଲା ପୁଷିଟି ମରିନି ବଞ୍ଚିନି। ଯେପରି ପାଗଳି ପରି ବ୍ୟବହାର କରୁଥିଲେ। ପାଖାପାଖି ୩ ଦିନ ପର୍ଯ୍ୟନ୍ତ ମଲା ବିଲେଇକୁ ପାଖରେ ଧରି ଶୋଇଲେ ଆଉ ବୋହୁତ କାନ୍ଦିଲେ। ହେଲେ ଶେଷରେ ଯେତେବେଳେ ପୁଷି ନ ଉଠିଲା ଚରମ ନିଷ୍ପତ୍ତି ନେଲେ। ଆଉ ନିଜ ଓଢ଼ଣୀରେ ଫାଶୀ ଦେଇ ଆତ୍ମହତ୍ୟା କରିଦେଲେ।

ପୋଲିସ ତଦନ୍ତ: ପରେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ ମୃତକଙ୍କ ପରିବାର ଲୋକେ। ପୂଜାଙ୍କ ମାଙ୍କ କହିବା କଥା। ସିଏ ତା ବିଲେଇକୁ ବୋହୁତ ଭଲ ପାଉଥିଲା। ଆଉ ପୁଷିର ମରିବା କଥାକୁ ଗ୍ରହଣ କରିନପାରି ଆତ୍ମହତ୍ୟା କରିଦେଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।