ଏପର୍ଯ୍ୟନ୍ତ ବାଲେଶ୍ୱର ସୀମା ଚିହ୍ନଟ ହୋଇନାହିଁ… ଓଡିଶା ସରକାର ପଶ୍ଚିମବଙ୍ଗକୁ ପାଠ ପଢାଇବ… ରାସ୍ତା ଦେଖାଇବ…

ଅନୁପ୍ରବେଶ ରୋକାଯିବ । ବାଲେଶ୍ୱର ସୀମା ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇନାହିଁ।

କୋଲକାତା: ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ନାଲି ଆଖି । ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମ ବଙ୍ଗ ସରକାରଙ୍କୁ ମନ୍ତ୍ରୀଙ୍କ କଡା ଚେତାବନୀ। କହିଲେ ପଶ୍ଚିମବଙ୍ଗ ଅସଭ୍ୟ ସରକାର। ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠ ପଢାଇ ରାସ୍ତା ଦେଖାଇବ ଓଡିଶା। ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା।

ଚିହ୍ନଟ ହୋଇନି: ରାଜ୍ୟରେ ସୀମାକୁ ନେଇ ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମ ବଙ୍ଗ ସହିତ ଅଛି। ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନ କରିଛି। ଛତିଶଗଡ଼ ଏବଂ ଝାରଖଣ୍ଡ ସହ ବିଶେଷ ସମସ୍ୟା ନାହିଁ। କିନ୍ତୁ ଆଶ୍ଚର୍ଯ୍ୟ ଓଡିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ। ରାଜସ୍ବ ବିଭାଗ ପଶ୍ଚିମ ବଙ୍ଗ ସରକାରଙ୍କ ସହ ଅଛି।

ଆଲୋଚନା ଆରମ୍ଭ : ଆଲୋଚନା ଆରମ୍ଭ ହେଲାଣି। ପଶ୍ଚିମବଙ୍ଗ ରାଜସ୍ବ ଅଧିକାରୀ ସହ ଓଡ଼ିଶାର ରାଜସ୍ବ ଅଧିକାରୀ ଫିଲଡ ଭିଜିଟ କରି ସୀମା ଚିହ୍ନଟ ହେବ। ଏ ସରକାର ବିନା ବିବାଦରେ ସୀମା ଚିହ୍ନଟ ସମସ୍ୟାର ସମାଧାନ କରିବ। ପଶ୍ଚିମବଙ୍ଗ ସରକାର ଅସଭ୍ୟ ସରକାର। ଦେଶରେ ସମସ୍ୟା ସୃଷ୍ଟି କରୁଛି ବେଙ୍ଗଲ। ଆଳୁ ସମସ୍ୟା ସୃଷ୍ଟି କଲେ, ଅନୁପ୍ରବେଶ କରାଉଛି, ନାଗରିକତା ଆଇନକୁ ଲାଗୁ କଲେନି ପଶ୍ଚିମବଙ୍ଗ ସରକାର। ଆୟୁଷମାନ ଯୋଜନା ଲାଗୁ କଲେ ନାହିଁ ।

ବିବାଦ କରୁଛି: ଗଣତନ୍ତ୍ରରେ ଏହା ଦୁର୍ଭାଗ୍ୟ। ବିବାଦ ତିଆରି କରିବାର କାମ କରୁଛି। ଝଗଡା ତିଆରି କରିବାର କାମ କରୁଛି ପଶ୍ଚିମବଙ୍ଗ। ସେମାନଙ୍କର ପାଠ ପଢ଼ିବାର ଆବଶ୍ୟକତା ଅଛି। ଓଡିଶା ସରକାର ତାଙ୍କୁ ପାଠ ପଢ଼ାଇବ ରାସ୍ତା ଦେଖାଇବ। ଜବରଦସ୍ତିକୁ କିଏ ଖାତିର କରୁଛି। ପଶ୍ଚିମବଙ୍ଗ ସରକାର ଖୁଣ୍ଟ ଥିଲେ ଓଡିଶା ଲୋକ ଉପାଡି. ରାଜସ୍ବ ବିଭାଗକୁ ଲୋକ ସହଯୋଗ କରୁଛନ୍ତି। ଓଡିଶା ସାରା ଦେଶକୁ ରାସ୍ତା ଦେଖାଉଛି ପଶ୍ଚିମବଙ୍ଗ ସରକାରକୁ ରାସ୍ତା ଦେଖାଇବାକୁ ବେଶି ସମୟ ଲାଗିବନି।