Breaking: ବଡ଼ ଘୋଷଣା କଲେ ସୁରେଶ ପୂଜାରୀ, ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ପୌଷ୍ୟ ସନ୍ତାନ ଯୋଜନା
ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ବ ନେଲେ ରାଜ୍ୟ ସରକାର ।
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ବ ନେଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଖୁବ୍ଶୀଘ୍ର କାର୍ଯ୍ୟକାରୀ ହେବ ପୌଷ୍ୟ ସନ୍ତାନ ଯୋଜନା । ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ ।
ସିଏସ୍ଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ । ଏନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି ।
କମିଟିରେ MCL କର୍ତ୍ତୃପକ୍ଷ, ମହିଳା ଓ ଶିଶୁ ବିକାଶ ଅଧିକାରୀ ରହିବେ । ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ, ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ବୋଲି ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ତେବେ ଏହି ଖବର ସମସ୍ତଙ୍କ ମନରେ ଖୁସି ଆଣିଦେଇଛି ।