ଇତିହାସ ରଚିବା ଦ୍ୱାରରେ ବିରାଟ କୋହଲି, ଅଷ୍ଟ୍ରେଲିଆ ବିପକ୍ଷରେ କରିପାରନ୍ତି ଏହି ବଡ଼ କାରନାମା
ଅଷ୍ଟ୍ରେଲିଆ ସହ ହେବାକୁ ଥିବା ସେମିଫାଇନାଲ ମ୍ୟାଚରେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏକ ଖାସ ରେକର୍ଡ ନିଜ ନାମରେ କରିପାରିବେ।
ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫିରେ ଏପର୍ଯ୍ୟନ୍ତ ଟିମ ଇଣ୍ଡିଆର ପ୍ରଦର୍ଶନ ଖୁବ କମାଲ ରହିଛି। ଭାରତୀୟ ଟିମ ନିଜର ତିନୋଟି ଲୀଗ ମ୍ୟାଚ ଜିତିଛି। ହେଲେ ଆଜି ଟିମ ଇଣ୍ଡିଆର ଅଗ୍ନି ପରୀକ୍ଷା ହେବାକୁ ଯାଉଛି। ଭାରତୀୟ ଟିମ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ କଡ଼ା ଟକ୍କର ହେବ।
ଗତ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ କୋହଲିଙ୍କ ବ୍ୟାଟିଂ ଖାସ ରହିନଥିଲା। ସେ ମାତ୍ର ୧୧ ରନ କରି ଆଉଟ ହୋଇଯାଇଥିଲେ। ବର୍ତ୍ତମାନ ସେମିପାଇନାଲରେ ଟିମ ଏବଂ ପ୍ୟାନ୍ସଙ୍କୁ କୋହଲିଙ୍କଠାରୁ ଏକ ଭଲ ଇନିଂସର ଆଶା ରହିଛି।
ଇତିହାସ ରଚିବେ କୋହଲି: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବିରାଟ କୋହଲିଙ୍କ ପ୍ରଦର୍ଶନ ଖୁବ ଭଲ ରହିଛି।ପାକିସ୍ତାନ ବିପକ୍ଷରେ ସେ ଶାନଦାର ଶତକ ଲଗାଇଛନ୍ତି। ବର୍ତ୍ତମାନ ବିରାଟ କୋହଲି ଇତିହାସ ରଚିବାର ଦ୍ୱାରରେ ଛିଡା ହୋଇଛନ୍ତି।
ଆଇସିସିର ନକ୍ ଆଉଟ୍ ମ୍ୟାଚରେ କୋହଲିଙ୍କ ସଂଖ୍ୟା ଖୁବ ଶାନଦାର ରହିଛି। କୋହଲି ଆଇସିସି ଟୁର୍ଣ୍ଣାମେଣ୍ଟସ୍ର ନକ୍ ଆଉଟ୍ ମ୍ୟାଚରେ ସବୁଠାରୁ ଅଧିକ ରନ କରିଥିବା ବ୍ୟାଟ୍ସମ୍ୟାନ ଅଟନ୍ତି।
କୋହଲିଙ୍କ ନାମରେ ନକଆଉଟ୍ ମ୍ୟାଚରେ ୯୩୯ ରନ ରହିଛି। ଯଦି ବିରାଟ ସେମିଫାଇନାଲରେ ୬୧ ରନ କରନ୍ତି ତେବେ ସଫଳତା ହାସଲ କରି ୧୦୦୦ ରନକୁ ପୂରଣ କରିବେ। ଏହାପରେ କୋହଲି ଆଇସିସି ଟୁର୍ଣ୍ଣାମେଣ୍ଟର ନକ୍ ଆଉଟ୍ ମ୍ୟାଚରେ ୧୦୦୦ ରନ କରିଥିବା ଦୁନିଆର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି।