ଅମରାବତୀ,୯ା୩: ଆନ୍ଧ୍ରପ୍ରଦେଶରେ ଜନସଂଖ୍ୟା ବଢ଼ାଇବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି ଅଧ୍ୟକ୍ଷ ଚନ୍ଦ୍ରବାବୁ ନାଇଡୁ ଅଧିକରୁ ସନ୍ତାନ ଜନ୍ମ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ବିଜୟନଗରମ ଲୋକସଭା ସିଟରୁ ଡିଡିପି ସାଂସଦ କାଳିସେଟ୍ଟୀ ଅପଲା ନାଇଡୁ କହିଛନ୍ତି, ତୃତୀୟ ସନ୍ତାନ ଜନ୍ମ କରୁଥିବା ପ୍ରତ୍ୟେକ ମହିଳାଙ୍କୁ ୫୦୦୦୦ ଟଙ୍କା ପ୍ରଦାନ କରାଯିବ । ଏହା ସହିତ ଆଉ ଏକ ଅଫର ମଧ୍ୟ ଦେଇଛନ୍ତି । ଯଦି ଏହି ମହିଳାଙ୍କର ପୁତ୍ର ସନ୍ତାନ ଜନ୍ମ ହୁଏ ତେବ ଉପହାର ସ୍ୱରୂପ ତାଙ୍କୁ ଏକ ଗାଈ ମଧ୍ୟ ଭେଟି ଦିଆଯିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଁ ପୂର୍ବରୁ ପାରିବାରିକ ଯୋଜନାକୁ ମାନକ ଦେଉଥିଲି। ବର୍ତ୍ତମାନ ମୁଁ ମୋର ଚିନ୍ତାଧାରା ଏବଂ ଜନସଂଖ୍ୟା ବୃଦ୍ଧି ସପକ୍ଷରେ ପରିବର୍ତ୍ତନ କରୁଛି । ଭାରତ ହେଉଛି ଏକ ଦେଶ, ଯେଉଁଥିରେ ଡେମୋଗ୍ରାଫିକ୍ ଡିଭିଡେଣ୍ଡରେ ସର୍ବାଧିକ ଲାଭ ଅଛି । ଭବିଷ୍ୟତ ପାଇଁ ଯଦି ଆମେ ଏହାକୁ ଭଲ ପରିଚାଳନା କରୁ, ତେବେ ଭାରତ ଏବଂ ଭାରତୀୟ ମହାନ ହେବ । ବିଶ୍ୱ ସେବା ପାଇଁ ଭାରତୀୟମାନଙ୍କ ଉପରେ ନିର୍ଭର କରେ।