ଖୁବଶୀଘ୍ର ଘୋଷଣା ହେବ ଓଡ଼ିଶା ବିଜେପି ସଭାପତିଙ୍କ ନାଁ, ରେସରେ ଅଛନ୍ତି ଏହିମାନେ…

ଭୁବନେଶ୍ୱର,୧୦ା୩:  ଖୁବଶୀଘ୍ର  ଭାଜପା ନୂଆ ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ। ଏ ନେଇ ସୋମବାର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାାଦକ ତରୁଣ ଚୁଗ ସୂଚନା ଦେଇଛନ୍ତି।  ଖୁବଶୀଘ୍ର ନାଁ ଘୋଷଣା ହେବ ।

ପୂର୍ବରୁ ଭାଜପାର ନୂଆ ରାଜ୍ୟ ସଭାପତି କିଏ ହେବେ ସେନେଇ ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହୋଇଯିବ ବୋଲି ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ସୁକାନ୍ତ ପାଣିଗ୍ରାହୀସୂଚନା ଦେଇଥିଲେ ।  ସେ କହିଥିଲେ, ୨୩ଟି ଜିଲାର ସଭାପତିଙ୍କ ନାମ ଘୋଷଣା ହୋଇସାରିଛି।

ବାକିଥିବା ୧୪ ଜିଲାର ସଭାପତିଙ୍କ ନାଁ ଖୁବ୍‌ଶୀଘ୍ର ଘୋଷଣା ହୋଇଯିବ। ଅନ୍ୟପଟେ ରାଜ୍ୟ ସହ ପ୍ରଭାରୀ ଲତା ଉସେଣ୍ଡି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଖୁବ୍‌ଶୀଘ୍ର ଦଳର ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହୋଇଯିବ।

ସୂଚନାଯୋଗ୍ୟ, ନିକଟରେ ୨୩ ଜିଲା ପାଇଁ ସଭାପତି ତାଲିକା ପ୍ରକାଶ ପାଇସାରିଛି। ତେବେ ରାଜ୍ୟ ସଭାପତି କିଏ ହେବେ ତାକୁ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଜାରି ରହିଛି। ଦଳ ପୁଣି ଥରେ ବର୍ତ୍ତମାନର ସଭାପତି ମନମୋହନ ସାମଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବ ନା ତାଙ୍କ ସ୍ଥାନରେ କୌଣସି ନୂଆ ନେତାଙ୍କୁ ବାଛିବ ତାକୁ ନେଇ ଚର୍ଚ୍ଚା ଚାଲିଛି। ସଭାପତି ରେସରେ ଓଡ଼ିଶାର ମନମୋହନଙ୍କ ସହିତ ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ସାଧାରଣ ସମ୍ପାଦକ ସାରଦା ଶତପଥୀଙ୍କ ନାଁ ଆଗରେ ରହିଛି। ତେବେ ୧୫ ମାର୍ଚ୍ଚ ପୂର୍ବରୁ ସଭାପତି ଚୟନ ଶେଷ ହେବ ବୋଲି କୁହାଯାଉଛି।