“କୁଆଡ଼େ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆମେ ତାଙ୍କୁ ପାଉନୁ, ତେଣୁ ଲଣ୍ଠନ ଧରି ଖୋଜୁଛୁ”
"ହଜିଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେଣୁ ମୁଖ୍ୟମନ୍ତ୍ରୀ ପ୍ରକୋଷ୍ଠ ଆଗରେ ଲଣ୍ଠନ ଧରି ଖୋଜୁଛନ୍ତି ବିଜେଡି ବିଧାୟକ"।
ଭୁବନେଶ୍ୱର: ସରଗରମ ରାଜ୍ୟ ରାଜନୀତି। ଚାଲି ପାରୁନି ବିଧାନସଭା। ମୁଲତବି ପରେ ମୁଲତବି ହେଉଛି ଗୃହ। ଆଉ ଆଜି ତ ପୁରା ମାଡଗୋଳ। ବିଧାନସଭା ଆରମ୍ଭ ହେଉ ହେଉ ଗୃହରେ ହେଲା ତୁମ୍ୱି ତୋଫାନ। ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଗଲେ କଂଗ୍ରେସ ବିଧାୟକ ତାରା ବାହିନୀପତି। ପରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ତାରାଙ୍କ ମଧ୍ୟରେ ଗୃହ ଭିତରେ ଆରମ୍ଭ ହୋଇଗଲା ଧସ୍ତାଧସ୍ତି।
ତାରାଙ୍କ ଅଭିଯୋଗ ଜୟ ନାରାୟଣ ପ୍ରଥମେ ତାଙ୍କ କଲର ଧରିଲେ। ପରେ ଦୁହେଁ ହାତାହାତି ହୋଇହଲେ। ତେଣୁ ଗୃହକୁ ୧୨ଟା ଯାଏଁ ମୁଲତବି ରଖିଥିଲେ ବାଚସ୍ପତି। ତାପରେ ପୁଣି ୧୦ ମିନିଟ୍ ପାଇଁ ଗୃହଗ ମୁଲତବି ଘୋଷଣା କରିଥିଲେ ଉପବାଚସ୍ପତି।ହେଲେ ସବୁଠାରୁ ଚର୍ଚ୍ଚାର ବ6ିଷୟ ଏହା କି ଏବେ ମୁଖ୍ୟମନ୍ତ୍ରୀଙ୍କୁ ଲଣ୍ଠନ ଧରି ଖୋଜୁଛନ୍ତି ବିରୋଧୀ ବିଧାୟକ।
ହଜିଯାଇଛନ୍ତି ମୁଖ୍ୟମନ୍ତ୍ରୀ: ହଁ ହଜିଯାଇଛନ୍ତି ମୁଖ୍ୟମନ୍ତ୍ରୀ ଆଉ ମୁଖ୍ୟମନ୍ତ୍ରୀଙ୍କୁ ଏବେ ତାଙ୍କ ପ୍ରକୋଷ୍ଠ ଆଗରେ ଲଣ୍ଠନ ଧରି ଖୋଜୁଛନ୍ତି ବିଜେଡି ବିଧାୟକ। ତେବେ ଏକଥା ଆମେ କହୁନାହୁଁ। ଏପରି କିଛି କହୁଛନ୍ତି ବିରୋଧୀ ବିଜେଡି ବିଧାୟକ।
ତେବେ ଏହି କଥାଟି ଆପଣଙ୍କର ହଜମ ହେଉନିନା। ହେବ ବା କେମିତି, କଥାଟା ତ ସେମିତି। ହେଲେ ସତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁଆଡେ ହଜିଯାଇନାହାନ୍ତି ମ। ଏମିତି କିଛି କହୁଛନ୍ତି ବିଜେଡି ବିଧାୟକ। ତେଣୁ ହାତରେ ଲଣ୍ଠନ ଧରି ମୋହନ ମାଝୀଙ୍କୁ ଖୋଜିବାକୁ ବାହାରିଛନ୍ତି।
ବିରୋଧୀଙ୍କ ବିରୋଧ: ପ୍ରକୃତ କାରଣ ହେଉଛି ଆଜି ବିଧାନସଭାରେ ହଙ୍ଗାମା ପରେ ଗୃହ ମୁଲତବି ହୋଇଥିଲା। ଆଉ ତାପରେ ଲଣ୍ଠନ ଧରି ବିଜେଡି ପ୍ରତିବାଦ ଆରମ୍ଭ କରିଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠ ଆଗରେ ହାତରେ ପୋଷ୍ଟର ଆଉ ଲଣ୍ଠନ ଧରି ପ୍ରତିବାଦ କରିଥିଲେ ଜବିଜେଡି ବିଧାୟକ।
ଆଉ ଯେଉଁ ପୋଷ୍ଟରରେ ଲେଖାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁଆଡେ ଗଲେ। ମୁଖ୍ୟମନ୍ତ୍ରୀ ହଜିଯାଇଛନ୍ତି ଆମେ ତାଙ୍କୁ ଖୋଜୁଛୁ। କେବଳ ମୁଖ୍ୟମନ୍ତ୍ରୀ ନୁହଁନ୍ତି ସବୁ ମନ୍ତ୍ରୀଙ୍କ ଚାମ୍ୱର ସମ୍ମୁଖରେ ବିଧାୟକ ମାନେ ଏହିପରି ଢଙ୍ଗରେ ପ୍ରତିବାଦ କରିଥିଲେ।