ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ସମ୍ପର୍କିତ ମନ୍ତବ୍ୟ ନେଇ ମୁହଁ ଖୋଲିଲେ ଜୟନାରାୟଣ । ସେ କହିଲେ, ମୁଁ ସ୍ପଷ୍ଟ କରୁଛି ଯେ, ସୁପ୍ରିମକୋର୍ଟ କହିଛନ୍ତି ରାଜ୍ୟ ସଙ୍ଗୀତ ନାହିଁ ।
ରାଜ୍ୟ ସଙ୍ଗୀତ ରହିପାରିବନି, ରାଜ୍ୟ ପତାକା ରହିପାରିବନି । କେନ୍ଦ୍ରରେ ଗୋଟିଏ ଜାତୀୟ ସଙ୍ଗୀତ, ଗୋଟିଏ ଜାତୀୟ ପତାକା ।
ବନ୍ଦେ ଓଡ଼ିଶା ଜନନୀ ହୋଇଥିଲେ, ମୋର କିଛି ଆପତ୍ତି ନାହିଁ, କିନ୍ତୁ ଉତ୍କଳ ଜନନୀରେ କେବଳ ଉକ୍ରଳର ପ୍ରଶଂସା କରାଯାଇଛି । ଆଉ ୨ ଅଞ୍ଚଳକୁ କାହିଁ ଛାଡ଼ିଦିଆଗଲ?
ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡ଼ିଆ କହିପାରୁ ନ ଥିଲେ, ସେଥିରେ ଅସ୍ମିତା କ୍ଷୁର୍ଣ୍ଣ ହେଲାନାହିଁ, ମୁଁ ଆମ ଅଞ୍ଚଳର ବିକାଶ କଥା କହିଲି ବୋଲି ଅସ୍ମିତା କ୍ଷୁର୍ଣ୍ଣ ହୋଇଗଲା ବୋଲି ଜୟନାରାୟଣ ପ୍ରଶ୍ନ କରିଛନ୍ତି ।
ସମ୍ବଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜୟନାରାୟଣ କହିଥିଲେ, ପଶ୍ଚିମ ଓଡ଼ିଶା ଉତ୍କଳ ସହ ମିଶି ବଡ଼ ଭୁଲ୍ ହୋଇଛି । ଏ ନେଇ ଆନ୍ଦୋଳନ ହେବ । ଉତ୍କଳ କହିଲେ କଟକ, ପୁରୀ ଓ ବାଲେଶ୍ୱର । ଓଡ଼ିଶା ପ୍ରଦେଶରେ ମିଶିବା ଆମର ଐତିହାସିକ ଭୁଲ୍ ।
ଆମକୁ ତୁମେ ଶୋଷଣ କରୁଛ । ଜାତି, ପାତି ଓ ସଂସ୍କୃତିରେ ବି ଆଜି ଉତ୍କଳ କୋଷଳକୁ ଶୋଷଣ କରିବାରେ ଲାଗିଛି । ଏହି ଐତିହାସିକ ଭୁଲ୍ ପାଇଁ ଆନ୍ଦୋଳନ ହେବ ।
ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରିଥିବାବେଳେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ରଖିନାହାନ୍ତି ।