ମୟୁରଭଞ୍ଜ: ଇଂଲିଶ କୋର ପରୀକ୍ଷାରେ ମିଳିଲା ଇଂଲିଶ ଇଲେକ୍ଟିଭ୍ ପ୍ରଶ୍ନପତ୍ର । ୩୨ ପରୀକ୍ଷାର୍ଥୀଙ୍କ କ୍ୟାରିୟର ସହ ଖେଳିଛନ୍ତି କର୍ତ୍ତୃପକ୍ଷ ।
ମୟୁରଭଞ୍ଜ ବଡ଼ସାହି ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷକୁ ଏ ନେଇ ଦିଆଗଲା ଦୋଷ । କର୍ତ୍ତୃପକ୍ଷ ପିଲାଙ୍କ କ୍ୟାରିୟର ସହ ଖେଳିଥିବା କହିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।
ଦ୍ୱାଦଶ ଶ୍ରେଣୀ ସିବିଏସଇ ପରୀକ୍ଷାରେ ଏପରି ବଡ଼ ତ୍ରୁଟି ହୋଇଥିବା ସୂଚନା । ୨ ବର୍ଷ କାଳ କୋର୍ ପଢ଼ାଇଲେ କିନ୍ତୁ ରେଜିଷ୍ଟ୍ରେସନ କଲେ ଇଲେକ୍ଟିଭ୍ ।
ତ୍ରୁଟି ସଂଶୋଧନ ବ୍ୟବସ୍ଥା ଥାଇ ମଧ୍ୟ ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ । କାନ୍ଦି କାନ୍ଦି ପରୀକ୍ଷା ହଲରୁ ବାହାରିଲେ ୩୨ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର୍ଥୀ ।
ପରୀକ୍ଷା କେନ୍ଦ୍ର କର୍ତ୍ତୃପକ୍ଷ ମଧ୍ୟ ବଡ଼ସାହି ଓଏଭିକୁ ଦାୟୀ କଲେ ।