ଭୁବନେଶ୍ବର: ରାଜଧାନୀ ପରେ ଏବେ ରାଉରକେଲାରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର କଲା ପୋଲିସ । ରାଉରକେଲାରେ ପୋଲିସ ଅପରାଧୀକୁ ଏନକାଉଣ୍ଟର କରିଛି ।
ତେବେ ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଆସ ଲକୁଆ ଆହତ ହୋଇଥିବା ଜଣାପଡିଛି । ରାଉରକେଲାର ବିଶ୍ରା ଥାନା ଅକ୍ଷୟଶିଳା ଜଳପ୍ରପାତ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଛି । ଲକୁଆ ନାଁରେ ହତ୍ୟା, ଚୋରି, ଡ଼କାୟତି ଭଳି ମାମଲା ରହିଛି ।
ତେବେ ପୋଲିସର ଏନକାଉଣ୍ଟରରେ ଅପରାଧୀ ବିଆସ ଆହତ ହେବା ପରେ ତାକୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ବର୍ତ୍ତମାନ ରାଉରକେଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ସୁଦ୍ଧା ରାଉରକେଲା ଏସ୍ପିଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ ।
ତେବେ ଏହି ଅପରାଧୀ ନାମରେ ପୂର୍ବରୁ ମଧ୍ୟ ଅନେକ ମାମଲା ରହିଛି । ରାଉରକେଲା ସହିତ ଝାଡଖଣ୍ଡରେ ମଧ୍ୟରେ ମାମଲା ରହିଛି । ତେବେ ରାଉରକେଲାରେ ଅପରାଧ ଘଟାଇ ଝାଡଖଣ୍ଡ ଚାଲିଯାଉଛନ୍ତି ଅପରାଧୀ ।
ଭୁବନେଶ୍ବର, ସମ୍ବଲପୁର ପରେ ଏବେ ରାଉରକେଲାରେ ଏନକାଉଣ୍ଟର ଅପରାଧୀମାନଙ୍କୁ ସଚେତନ କରାଇବ ବୋଲି କୁହାଯାଉଛି ।