ଶେଷରେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଶେଷରେ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । ଚଳିତବର୍ଷ ୨ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସମ୍ବଲପୁରରୁ ହୋଇଥିବା ବେଳେ ଅନ୍ୟଜଣେ କେନ୍ଦ୍ରାପଡ଼ାର ବୋଲି ଜଣାପଡିଛି । ଏନେଇ ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ଉତ୍ତର ରଖିଛନ୍ତି ।

ତେବେ ୨୦୨୫ ଜାନୁଆରୀ ପରଠୁ ୨ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ସମ୍ପୃକ୍ତ ଚାଷୀ ଚାଷରେ କ୍ଷତି ହୋଇଥିବା ଯୋଗୁଁଁ ମରିନାହାନ୍ତି ବୋଲି ଉକ୍ତ ଜିଲ୍ଲାର ଜିଲ୍ଲାପାଳ ଜଣାଇଛନ୍ତି। ଗୃହରେ ସୁବାସିନୀ ଜେନାଙ୍କ ପ୍ରଶ୍ନଙ୍କ ଉତ୍ତରରେ ସିଂହଦେଓ ସୂଚନା ଦେଇଛନ୍ତି।