ଭାରତ ପାଇଁ ଆଉ ଖେଳିବେନି ଚହଲ, ବିଦେଶରେ ଦେଖାଇବେ କମାଲ

ଦୀର୍ଘଦିନ ଧରି କୌଣସି ମ୍ୟାଚରେ ଆସୁ ନାହାନ୍ତି ନଜର । ଇଂଲଣ୍ଡରୁ ଆଣିବେ ନୂଆ ଏକ୍ସପେରିଏନ୍ସ ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଲେଗ୍-ସ୍ପିନର ୟୁଜଭେନ୍ଦ୍ର ଚହଲ ବହୁତ ଦିନ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚରେ ନଜରକୁ ଆସୁ ନାହାନ୍ତି । ୨୦୨୩ରେ ଶେଷଥର ପାଇଁ ତାଙ୍କୁ ଖେଳିବାର ଦେଖିଥିଲେ ତାଙ୍କ ଫ୍ୟାନ୍ସ । ଏହାଛଡ଼ା ୨୦୨୪ ବିଶ୍ୱ କପରେ ମଧ୍ୟ ସେ ନଜର ଆସିଥିଲେ । କିନ୍ତୁ ଏହାପରଠାରୁ ଆଉ ମଇଦାନରେ ଦେଖିବାକୁ ମିଳିନାହାନ୍ତି ଚହଲ ।

ଖୁସି ଅଛନ୍ତି: କିନ୍ତୁ ବର୍ତ୍ତମାନ ସମୟରେ ଏହି ଖେଳାଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କଣ୍ଟ୍ରି ଚାମ୍ପିୟନସିପ୍ ୨୦୨୫ ପାଇଁ ଚହଲ ନର୍ଥମଟୋନସିର ପାଇଁ ଖେଳିବେ । ଇଂଲଣ୍ଡ ଚାମ୍ପିଅନସିପ ଜରିଆରେ ଚହଲ ମଇଦାନକୁ ଫେରିବା ନେଇ ଆଶା ରଖିଛନ୍ତି ।

ନେଇଥଇଲେ ୧୯ ୱିକେଟ୍: ୨୦୨୩ରେ ଚହଲ ଏହି ଦେଶ ପାଇଁ ଖେଳିଥିଲେ, ଯେଉଁଥିରେ ସେ ୪ଟି ମ୍ୟାଚରେ ୧୯ଟି ୱିକେଟ୍ ନେଇଥିଲେ । ଏହାଛଡ଼ା ଚହଲଙ୍କ ଖେଳ ଦଶର୍କ ଓ ଟିମର ଅନ୍ୟ ସଦସ୍ୟମାନଙ୍କୁ ଖୁବ୍ ପସନ୍ଦ ଆସିଥିଲା । ଏ ନେଇ ଚହଲ କହିଛନ୍ତି, ଅନ୍ୟ ଟିମ୍ ସହ ଖେଳି ମୁଁ ବହୁତ ଏନଜଏ କରିଛି । ଆଗାମୀ ଦିନରେ ମଧ୍ୟ ମୁଁ ସେମାନଙ୍କ ସହ ଖେଳିବାକୁ ଆଗ୍ରହୀ ଅଛି ।

ନୂଆ ଅନୁଭୁତି: ଏ ନେଇ ନର୍ଥମଟୋନସିର କ୍ରିକେଟ ଟିମର ହେଡ୍ କୋଚ୍ ଦାରେନ୍ ଲେହମାନ୍ ଚହଲଙ୍କୁ ଶୁଭେଚ୍ଛା ଜଣାଇବା ସହ ଦଳକୁ ସ୍ୱାଗତ କରିଛନ୍ତି । ବିଶ୍ୱର ସବୁଠୁ ଭଲ ଲେଗ ସ୍ପିନରଙ୍କ ସହ ଖେଳିବା ପାଇଁ ସେ ଆଗ୍ରହୀ ଥିବା ସେ କହିଛନ୍ତି । ଭାରତୀୟ କ୍ରିକେଟ ଦଳରେ ମ୍ୟାଚ ଖେଳିବାର ସୁଯୋଗ ପାଉ ନ ଥିବା ଚହଲ କିନ୍ତୁ ଇଂଲଣ୍ଡ ପାଇଁ ଖେଳି ନିଜ କ୍ୟାରିୟରରେ ନୂଆ ଅନୁଭୁତି ଯୋଡ଼ିବାରେ ଲାଗିଛନ୍ତି ।