(Video) ଭାଇରାଲ ହେଉଛି ଟ୍ରମ୍ପଙ୍କ ବାଙ୍କ ଚାହାଣୀ, ସୋସିଆଲ ମିଡିଆରେ ହଇଚଇ

ଭୁଲରେ ଟ୍ରମ୍ପଙ୍କ ମୁହଁକୁ ବାଜିଗଲା ମାଇକ । ରାଗିଯାଇ ଟ୍ରମ୍ପ ଦେଲେ ଏଭଳି ଉତ୍ତର ।

ନୂଆଦିଲ୍ଲୀ: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରେସ ବ୍ରିଫିଂରେ ସାମ୍ବାଦିକଙ୍କ ସହ କଥା ହେଉଥିଲେ । ସେହି ସମୟରେ ଜଣେ ସାମ୍ବାଦିକ ଅତ୍ୟଧିକ ଉତ୍ସାହିତ ହୋଇଗଲେ ଏବଂ ତାଙ୍କ ବୁମ୍ ମାଇକ୍ ସିଧାସଳଖ ଟ୍ରମ୍ପଙ୍କ ମୁହଁରେ ବାଜିଲା। ଏହି ମଜାଦାର କିନ୍ତୁ ଅଜବ ମୁହୂର୍ତ୍ତଟି କ୍ୟାମେରାରେ କଏଦ ହୋଇଗଲା ଏବଂ ସୋସିଆଲ ମିଡିଆରେ ନିଆଁ ପରି ବ୍ୟାପିଗଲା।

ଭିଡିଓରେ ଦେଖାଯାଉଛି ଯେ ମାଇକ୍ ଚାଲୁ ହେବା ମାତ୍ରେ ଟ୍ରମ୍ପ୍ ରିପୋର୍ଟରଙ୍କ ଆଡ଼କୁ ରାଗି ଚାହିଁଥିଲେ ଏବଂ ଆଖି ଉଠାଇଥିଲେ । ୱାଶିଂଟନ ଡିସିରୁ ଯିବା ପୂର୍ବରୁ ଏହି ଘଟଣା ଘଟିଥିଲା, ଯେତେବେଳେ ସେ ଗାଜା ସଙ୍କଟ ଉପରେ ପ୍ରଶ୍ନର ଉତ୍ତର ଦେଉଥିଲେ ।

ଟ୍ରମ୍ପ ତାଙ୍କର ଶୀଘ୍ର ପ୍ରତିକ୍ରିୟା ପାଇଁ ଜଣାଶୁଣା। ଏଥର ମଧ୍ୟ ସେ ସୁଯୋଗ ହାତଛଡ଼ା କଲେ ନାହିଁ ଏବଂ ମଜା କରି କହିଲେ, ‘ଆଜି ଏହା ଟିଭିରେ ପ୍ରସାରିତ ହୋଇଛି, ଏହା ନିଜେ ଏକ ବଡ଼ ଖବର ପାଲଟିଛି।’ ତା’ପରେ ସେ ହସି କହିଲେ, “ତୁମେ ଏହା ଦେଖିଲ?” ତେବେ ଟ୍ରମ୍ପଙ୍କର ଏଭଳି ପ୍ରତିକ୍ରିୟା ଦେଖି ୟୁଜର୍ସ ମଧ୍ୟ ମଜା ନେଉଥିବା ଦେଖାଯାଇଛି ।

ଜଣେ ୟୁଜର୍ସ ଲେଖିଛନ୍ତି, ‘ଯଦି ଟ୍ରମ୍ପ କିଛି ଘଣ୍ଟା ମଧ୍ୟରେ ରହସ୍ୟମୟ ଭାବରେ ଅସୁସ୍ଥ ହୋଇପଡ଼ନ୍ତି, ତେବେ ମୁଁ ମାଇକ୍ ସହିତ ଏହି ରିପୋର୍ଟରଙ୍କୁ ଦାୟୀ କରିବି!’ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହାର ତଦନ୍ତ ହେବା ଉଚିତ।’ ମାଇକରେ ବିଷ ଥାଇପାରେ। ଏହା ଏକ ମଜା ପରି ଲାଗିପାରେ, କିନ୍ତୁ କିଛି ମଧ୍ୟ ହୋଇପାରେ!
ଟ୍ରମ୍ପ ସମର୍ଥକ ଏବଂ ରାଜନୈତିକ କର୍ମୀ ଲୌରା ଲୁମର ମଧ୍ୟ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇ ଟ୍ୱିଟ୍ କରି କହିଛନ୍ତି, ‘ଜଣେ ରିପୋର୍ଟର କିପରି ଟ୍ରମ୍ପଙ୍କ ମୁହଁ ପାଖରେ ମାଇକ୍ ନେଇପାରିବେ?’ ସୁରକ୍ଷାକୁ ଆହୁରି କଡ଼ାକଡ଼ି କରାଯିବା ଆବଶ୍ୟକ!
ବର୍ତ୍ତମାନ, ଏହି ଭିଡିଓଟି ଇଣ୍ଟରନେଟରେ ଏକ ବଡ଼ ଆଲୋଚନାର ବିଷୟ ପାଲଟିଛି, ଏବଂ ଲୋକମାନେ ଏହା ବିଷୟରେ ନିଜ ନିଜ ତତ୍ତ୍ୱ ତିଆରି କରୁଛନ୍ତି।