(Video) ଏ କଣ କହିଦେଲେ ପ୍ରଦୀପ..ପୂର୍ବଜନ୍ମରେ ମୋଦୀ ଥିଲେ ମରାଠା ସମ୍ରାଟ
ସଂସଦରେ ପ୍ରଦୀପ ପୁରୋହିତଙ୍କ ବିବାଦୀୟ ବୟାନ ।
ନୂଆଦିଲ୍ଲୀ: ଛତ୍ରପତି ଶିବାଜୀ ମହାରାଜ ଏବଂ ମୋଗଲ ଶାସକ ଔରଙ୍ଗଜେବଙ୍କୁ ନେଇ ମହାରାଷ୍ଟ୍ରରେ ହଙ୍ଗାମା ଜାରି ରହିଛି । ଏହାରି ଭିତରେ ବିଜେପି ସାଂସଦ ଶିବାଜୀ ମହାରାଜଙ୍କ ବିଷୟରେ ଏପରି ବୟାନ ଦେଇଛନ୍ତି ଯେ, ଯାହାକି ବିବାଦର କାରଣ ସାଜିଛି ।
ବରଗଡ଼ର ବିଜେପି ସାଂସଦ ପ୍ରଦୀପ ପୁରୋହିତ ସଂସଦରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୂର୍ବ ଜନ୍ମରେ ମରାଠା ସମ୍ରାଟ ଛତ୍ରପତି ଶିବାଜୀ ମହାରାଜ ଥିଲେ । ସାଂସଦଙ୍କ ଏହି ବୟାନ ସଂସଦରୁ ସୋସିଆଲ ମିଡିଆ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଥିଲା ।
ଲୋକସଭାରେ ଭାଷଣ ଦେଇ ବିଜେପି ସାଂସଦ କହିଥିଲେ ଯେ, ସେ ଜଣେ ସନ୍ଥଙ୍କୁ ଭେଟିଛନ୍ତି । ସେ କହିଛନ୍ତି ଯେ ସନ୍ଥ ତାଙ୍କୁ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ପୂର୍ବ ଜନ୍ମରେ ଛତ୍ରପତି ଶିବାଜୀ ମହାରାଜ ଥିଲେ । ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରକୃତରେ ଛତ୍ରପତି ଶିବାଜୀ ମହାରାଜ, ଯିଏ ମହାରାଷ୍ଟ୍ର ସମେତ ସମଗ୍ର ଦେଶକୁ ବିକାଶ ଏବଂ ପ୍ରଗତି ଆଡ଼କୁ ନେବା ପାଇଁ ପୁନର୍ଜନ୍ମ ନେଇଛନ୍ତି ।
ସଂସଦରେ ସାଂସଦଙ୍କୁ ବିରୋଧ- ବିଜେପି ସାଂସଦଙ୍କ ଏହି ବକ୍ତବ୍ୟ ବିରୋଧରେ କଂଗ୍ରେସ ସମେତ ଅନେକ ବିରୋଧୀ ସଦସ୍ୟ ପ୍ରତିବାଦ କରିଥିଲେ, ଏହା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ ଯେ ଯଦି ଏହି ମନ୍ତବ୍ୟ ଦ୍ୱାରା କାହାର ଭାବନା ଆଘାତ ପାଇଛି । ତେବେ ଏହାକୁ ଗୃହର କାର୍ଯ୍ୟରୁ ହଟାଇବା ପାଇଁ ବିଚାର କରାଯିବା ଉଚିତ ।
ଦିଲୀପ ସାଇକିଆ ପ୍ରଦୀପ ପୁରୋହିତଙ୍କ ବୟାନର ତଦନ୍ତ କରିବାକୁ ଏବଂ ତାଙ୍କୁ ଗୃହର କାର୍ଯ୍ୟରୁ ବହିଷ୍କାର ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଦୀପଙ୍କର ଏହି ବୟାନ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ।
अखंड हिंदुस्तानाचे आराध्य दैवत आणि रयतेचे राजे छत्रपती शिवाजी महाराज यांचा वारंवार अपमान करण्याचे आणि महाराष्ट्रातील तसेच जगभरातील शिवप्रेमींची अस्मिता दुखावण्याचे नियोजनबद्ध कारस्थान भाजपच्या नेतेमंडळींकडून केले जात आहे.
या लोकांनी छत्रपती शिवाजी महाराजांचा मानाचा जिरेटोप… pic.twitter.com/N624xkfkQN
— Prof. Varsha Eknath Gaikwad (@VarshaEGaikwad) March 17, 2025