ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ୫୦ ଟଙ୍କା ବଢ଼ିଲା । ଏଣିକି ସିଲିଣ୍ଡର ୮୦୩ ଟଙ୍କା ବଦଳରେ ୮୫୩ ଟଙ୍କାରେ ମିଳିବ ।
ଉଜ୍ୱଳା ଯୋଜନା ଉପଭୋଗ କରୁଥିବା ଲୋକଙ୍କୁ ଏବଂ ଉଜ୍ୱଳା ଯୋଜନା ସେବା ପାଉ ନ ଥିବା ଉଭୟ ବର୍ଗଙ୍କୁ ୫୦ ଟଙ୍କା ବୃଦ୍ଧିରେ ଏଲପିଜି ସିଲିଣ୍ଡର କିଣିବାକୁ ପଡ଼ିବ ।
ଉଜ୍ୱଳା ଉପୋଭୋକ୍ତା ୫୦୦ ଟଙ୍କାରେ ସିଲିଣ୍ଡର କିଣୁଥିବା ବେଳେ ସେମାନଙ୍କୁ ଏବେ ୫୫୦ ଟଙ୍କା ଦେବାକୁ ପଡ଼ିବ ।
୨-୩ ସପ୍ତାହ କିମ୍ବା ୧ ମାସ ଭିତରେ ପୁଣି ଏଲପିଜି ଗ୍ୟାସ ଦରକୁ ନେଇ ରିଭ୍ୟୁ କରାଯିବ ବୋଲି ସୂଚନା ଦେଇଛନ୍ତି ୟୁନିୟନ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ।
ଏକ୍ସାଇସ୍ ଡ୍ୟୁଟି ବଢ଼ିବା ଯୋଗୁ ପେଟ୍ରୋଲ, ଡିଜେଲ ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । କିନ୍ତୁ ରନ୍ଧନ ଗ୍ୟାସ ଦର ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ସେ ସୂଚନା ଦେଇଛନ୍ତି ।