ୱାକଫ୍ ବିଲକୁ ନେଇ ବିଜେଡିରେ ତୁମ୍ବିତୋଫାନ

ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଲାଗି ରହିଛି ବିବାଦ। ବିଜେଡି ସୁପ୍ରିମଙ୍କ ସହ ୱାକଫ ବିଲ୍‌କୁ ନେଇ ଆଲୋଚନ କଲେ ବରିଷ୍ଠ ନେତା।

ଭୁବନେଶ୍ୱର: ୱାକଫ୍ ବିଲକୁ ନେଇ ବିଜେଡିରେ ତୁମ୍ବିତୋଫାନ। ବିଜେଡି ମୁଖିଆଙ୍କୁ ଭେଟୁଛନ୍ତି ବରିଷ୍ଠ ନେତା। ଅନଙ୍ଗ ଉଦୟ ସିଂହଦେବ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂ ଦେଓ ଏବଂ ପ୍ରତାପ ଦେବ ମଧ୍ୟ ଉପସ୍ଥିତ ଅଛନ୍ତି।

ଅନ୍ୟ ନେତା ମଧ୍ୟ ଆସି ବିଜେଡି ସୁପ୍ରିମୋଙ୍କ ନିବାସରେ ପହଞ୍ଚୁଛନ୍ତି। ଦଳର ସ୍ଥିତି ନେଇ ମୁଖିଆଙ୍କ ସହ ଆଲୋଚନା କରୁଛନ୍ତି ବରିଷ୍ଠ ନେତା ରାଜ୍ୟସଭାରେ ୱାକଫ୍ ବିଲ୍ ଭୋଟିଂକୁ ନେଇ ବିଜେଡିରେ ଦେଖା ଦେଇଛି କନ୍ଦଳ। ଦଳୀୟ ନେତାଙ୍କ ଭିତରେ କଥା କଟା କଟି ସ୍ଥିତି ଉପୁଜିଛି।

ଗତକାଲି ଏନେଇ ମୁନ୍ନା ଖାଁ ନିଜ ସମର୍ଥକଙ୍କ ସହ ନବୀନଙ୍କୁ ଭେଟିଥିଲେ । ଦଳୀୟର ମୁଖିଆ ଏନେଇ ଉଚିତ ପଦକ୍ଷେପ ନେବେ ବୋଲି ମଧ୍ୟ ଭେଟିବା ପରେ କହିଥିଲେ ମୁନ୍ନା ଖାଁ।

ୱାକ୍‌ଫ ବିଲ୍ ସପକ୍ଷରେ ସାଂସଦ ସସ୍ମିତ ପାତ୍ର ଭୋଟ ଦେବା ଏହା ସହ ଦେବାଶିଷ ସାମନ୍ତରାୟ ଦଳର ବିବେକାନୁମୋଦିତ ଭୋଟଦାନ ନିଷ୍ପତିକୁ ବିରୋଧ କରି ଭୋଟ ଦାନରୁ ନିବୃତ୍ତ ରହିବା, ରାଜ୍ୟ ରାଜନୀତିରେ ଉଠିଛି ଝଡ଼ ।