ଭୀମଭୋଇ ମେଡିକାଲରେ ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ଔଷଧ!
ଜଣେ ବାପା ତାଙ୍କ ଝିଅକୁ ନେଇ ଭୀମଭୋଇ ମେଡିକାଲ ଆସିଥିଲେ। ହେଲେ ମାର୍ଚ୍ଚରୁ ସରିଥିବା ଏକ୍ସପାଏରୀ ମେଡିସିନ୍ ତାଙ୍କ ଝିଅକୁ ଦିଆଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି।
ବଲାଙ୍ଗୀର: ଭୀମଭୋଇ ମେଡ଼ିକାଲରେ ଏକ୍ସପାଏରୀ ଔଷଧ! ରୋଗୀଙ୍କୁ ଦିଆଯାଉଛି ଏକ୍ସପାଏରୀ ମେଡ଼ିସିନ୍। ମାର୍ଚ୍ଚରୁ ମେଡିସିନର ଡେଟ୍ ସରିଯାଇଥିବା ବେଳେ, ଏବେବି ମେଡିକାଲରେ ରୋଗୀଙ୍କୁ ସେହି ମେଡିସିନ୍ ଦିଆଯାଉଥିବା ଅଭିଯୋଗ ହୋଇଛି।
ଅଭିଯୋଗ କରିଛନ୍ତି ଜଣେ ବାପା। ସେ ତାଙ୍କୁ ଝିଅକୁ ନେଇ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ଆସିଥିଲେ। ହେଲେ ସେଠାରେ ତାଙ୍କ ଝିଅକୁ ଏକ୍ସପାଏରୀ ଔଷଧ ଦିଆଯାଇଥିବା ନେଇ ବାପା ଜଣକ ମେଡିକାଲ ଥାନାରେ ଅଭିଯୋଗ କରିଛନ୍ତି।
ହଁ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ରୋଗୀଙ୍କୁ ଏକ୍ସପାଏରୀ ଔଷଧ ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି। ନିରାମୟ କେନ୍ଦ୍ରରେ ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଅଭିଯୋଗ ଆସିଛି। ପୁଇଁତଳାର ଜଣେ ବ୍ୟକ୍ତି ଝିଅକୁ ନେଇ ମେଡିକାଲ ଆସିଥିଲେ।
ହେଲେ ତାଙ୍କ ଝିଅକୁ ମାର୍ଚ୍ଚରୁ ସରିଥିବା ଏକ୍ସପାଏରୀ ମେଡିସିନ ଦିଆଯାଇଥିବା ଜାଣିବା ପରେ ମେଡିକାଲ ଥାନାରେ ଅଭିଯୋଗ କଲେ।